ଓଡ଼ିଶାଲାଇଭ୍ ବ୍ୟୁରୋ

ଏକ ଦୁର୍ଘଟଣାର ଶିକାର ହୋଇ ୪ ବର୍ଷର ପ୍ରଜ୍ଞା ପ୍ରିୟଦର୍ଶିନୀର ଶରୀର ୩୦ ପ୍ରତିଶତ ପୋଡ଼ି ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ପ୍ରଜ୍ଞାକୁ ସମ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲର ବର୍ନ ଆଣ୍ଡ ପ୍ଲାଷ୍ଟିକ ସର୍ଜରୀ ବିଭାଗର ସଫଳ ଚିକିତ୍ସା ଯୋଗୁଁ ପ୍ରଜ୍ଞା ଏବେ ସୁସ୍ଥ ହୋଇ ଘରକୁ ଫେରିଛି।

ସୂଚନା ଅନୁସାରେ ଏକ ଦୁର୍ଘଟଣାର ଶିକାର ହୋଇ ପ୍ରଜ୍ଞା ଏବଂ ତା’ ମା’ ପୋଡ଼ି ହୋଇ ଗୁରୁତର ହୋଇଥିଲେ। ପ୍ରଜ୍ଞାର ଶରୀର ୩୦ ପ୍ରତିଶତ ପୋଡ଼ି ଯାଇଥିବାବେଳେ ମା’ଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ପୋଡ଼ି ଯାଇଥିଲା। ଉଭୟଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ମା’ଙ୍କୁ ବଞ୍ଚାଇ ହୋଇନଥିଲା।

ପ୍ରଜ୍ଞାକୁ ଆଇସିୟୁରେ ଚିକିତ୍ସା କରାଯାଇଥିଲା। ପ୍ରଜ୍ଞାର ଶରୀରରେ ଦୁଇଟି ଅସ୍ତ୍ରୋପଚାର କରାଯିବା ସହ ବାପାଙ୍କ ଶରୀରରୁ ଚର୍ମ ଆଣି ପ୍ରଜ୍ଞାର କ୍ଷତ ସ୍ଥାନରେ ପ୍ରତ୍ୟାରୋପଣ କରାଯାଇଥିଲା। ୪୦ ଦିନର ଚିକିତ୍ସା ପରେ ସୁସ୍ଥ ହୋଇ ପ୍ରଜ୍ଞା ନିଜ ଘରକୁ ଫେରିଛି। ବର୍ତ୍ତମାନ ପ୍ରଜ୍ଞା ସୁସ୍ଥ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ପୋଡ଼ି ହୋଇ ଗୁରୁତର ହୋଇଥିବା ପ୍ରଜ୍ଞା ପ୍ଲାଷ୍ଟିକ ସର୍ଜରୀ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ରାଜେଶ ଗନ୍ତାୟତଙ୍କ ଅଧୀନରେ ଚିକିତ୍ସିତ ହେଉଥିଲା। ବିଭାଗର ମୁଖ୍ୟ ପ୍ରଫେସର ସୁଶାନ୍ତ ମିଶ୍ର, ଆସୋସିଏଟ ପ୍ରଫେସର ବିନାୟକ ମିଶ୍ର ଏବଂ ଡାକ୍ତର ଏମ୍ ଲୋପାମୁଦ୍ରା ମିଳିତ ଭାବେ ଶିଶୁଟିର ଚିକିତ୍ସା ଦାୟିତ୍ୱ ନେଇଥିଲେ।

Tags: #Hospital #CriticalBurnInjuries #Recovers #SUMHospital

LEAVE A REPLY

Please enter your comment!
Please enter your name here