ଓଡ଼ିଶାଲାଇଭ୍ ବ୍ୟୁରୋ

ହକି ଆସୋସିଏସନ୍ ଅଫ୍ ଓଡ଼ିଶା ପକ୍ଷରୁ ଭୁବନେଶ୍ଵରଠାରେ ୬ ଦିନିଆ ସିନିୟର ମେନ୍ ହକି ଚାମ୍ପିୟନସିପ୍ସ ଶେଷ ହେବା ପରେ ସେପ୍ଟେମ୍ଵର ୧୮ ତାରିଖରୁ ଆରମ୍ଭ ହୋଇଛି ‘ଜୁନିୟର ମେନ୍ ହକି ଚାମ୍ପିୟନସିପ୍ସ ୨୦୨୨’। ଏଥିରେ ମୋଟ୍ ୩୦ଟି ଦଳ ଅଂଶଗ୍ରହଣ କରିଛନ୍ତି। ସେପ୍ଟେମ୍ଵର ୨୩ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ ଏବଂ କିଟ୍ ଷ୍ଟାଡିୟମ ଭେନ୍ୟୁରେ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ ଖେଳାଯିବ।ଏହି ଆନ୍ତଃଜିଲ୍ଲା ଟୁର୍ଣ୍ଣାମେଣ୍ଟରେ ସୁନ୍ଦରଗଡ଼, ରାୟଗଡ଼ା, ଯାଜପୁର, ଗଜପତି, ଗଞ୍ଜାମ, ମାଲକାନଗିରି, ସମ୍ଵଲପୁର, ପୁରୀ, ନବରଙ୍ଗପୁର, କଟକ, ବରଗଡ଼, ବଲାଙ୍ଗିର, ଅନୁଗୁଳ, ନୂଆପଡ଼ା, କଳାହାଣ୍ଡି, ଜଗତସିହଂପୁର, ଝାରସୁଗୁଡ଼ା, ଭଦ୍ରକ, ନୟାଗଡ଼, କେଉଁଝର, ଦେବଗଡ଼, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବାଲେଶ୍ଵର, ଢେଙ୍କାନାଳ, କୋରାପୁଟ ଆଦି ୨୮ଟି ଜିଲ୍ଲାରୁ ଆସିଥିବା ହକି ଦଳ ଭାଗ ନେଇଛନ୍ତି। ସେହିପରି କିଟ୍ / କିସ୍ ବିଶ୍ଵବିଦ୍ୟାଳୟ ଓ ଏସଏମଏସ ହକି ଏକାଡେମୀକୁ ମିଶାଇ ସମୁଦାୟ ୩୦ଟି ଦଳ ରହିଛନ୍ତି।ସେପ୍ଟେମ୍ଵର ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ଚାରି ଦିନ ଧରି କଳିଙ୍ଗ ଷ୍ଟାଡିୟମ ଏବଂ କିଟ୍ ଷ୍ଟାଡିୟମ ଭେନ୍ୟୁରେ ୩୦ଟି ଦଳ ମଧ୍ୟରେ ନକ୍ ଆଉଟ୍ ଏବଂ କ୍ଵାର୍ଟର ଫାଇନାଲ ମ୍ୟାଚ୍ ଖେଳା ଯାଇଥିବା ବେଳେ ୨୨ ତାରିଖରେ କିଟ୍ ଷ୍ଟାଡିୟମରେ ସେମିଫାଇନାଲ୍ ଖେଳାଯିବ। ସେହିପରି ସେପ୍ଟେମ୍ଵର ୨୩ ତାରିଖରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ।

ହକି ଆସୋସିଏସନ ଅଫ୍ ଓଡ଼ିଶା ପକ୍ଷରୁ ପୁରୁଷ ବର୍ଗରେ ଜୁନିୟର ହକି ଚାମ୍ପିୟନସିପ୍ସ ପରେ ସବ୍-ଜୁନିୟର ଚାମ୍ପିୟନସିପ୍ସ ମଧ୍ୟ ଆୟୋଜିତ ହେବ।

Tags: #HAOJuniorMenHockeyChampionships2022 #HockeyAssociationofOdisha #HockeyOdisha #Sundargarh #Hockey #HockeyIndia

Comment