ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ୧୫ ଘଣ୍ଟା ପରେ କୋରେଇ ଦେଇ ରେଳ ଚଳାଚଳ ସ୍ଵାଭାବିକ ହୋଇଛି। ସୋମବାର ସକାଳ ପ୍ରାୟ ୬ଟା ୪୦ରେ ଯାଜପୁର ଜିଲ୍ଲା କୋରୋଇ ରେଳ ଷ୍ଟେସନରେ ମାଲବାହୀ ଟ୍ରେନ ବଗି ଦୁର୍ଘଟଣା ଯୋଗୁଁ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୭ ଜଣ ଆହତ ହୋଇଥିଲେ। ଏହି ଦୁର୍ଘଟଣାରେ ରେଳଷ୍ଟେସରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଦୁର୍ଘଟଣା ପରେ ଏହି ରୁଟରେ ଟ୍ରେନ ଚଳାଚଳ ବନ୍ଦ କରାଯାଇଥିଲା।

ବର୍ତ୍ତମାନ ରେଳ ଧାରଣାର ଗୋଟିଏ ପଟୁ ବଗି ଉଠାଯାଇ ସଫା କରାଯାଇଛି। ଏବେ ଡାଉନ ଲାଇନରେ ଟ୍ରେନ ଚଳାଚଳ ନିମନ୍ତେ ପ୍ରସ୍ତୁତି ସରିଥିବା ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ କୋରେଇ ରେଳ ଷ୍ଟେସନରେ ୪ଟି ଟ୍ରେନର ରହଣି ବାତିଲ କରାଯାଇଛି।

ଏହି ଦୁର୍ଘଟଣା ପରେ ୮ଟି ଟ୍ରେନକୁ ବାତିଲ କରାଯିବା ସହ ୧୨ଟି ଟ୍ରେନର ଗତି ପରିବର୍ତ୍ତ କରାଯାଇଥିଲା। ଦୁର୍ଘଟଣା ଯୋଗୁଁ ଯାତ୍ରୀ ବିଶ୍ରାମଗାର ଓ ଟିକେଟ କାଉଣ୍ଟର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ସ୍ଥାନୀୟ ପ୍ରଶାସନ, ରେଳବାଇ ବିଭାଗ, ଅଗ୍ନିଶମ ବିଭାଗ ଆଦି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଥିଲେ।

Tags: #TrainAccident #KoreiRailwayStation #Jajpur #RailwayDept

Comment