ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକମେଲିଂ ଓ ଟଙ୍କା ମାଗିବା ଘଟଣାର ଅନ୍ୟତମ ଅଭିଯୁକ୍ତ ଶ୍ରଦ୍ଧାଞ୍ଜଳି ବେହେରା ବୁଧବାର ଦିନ ଭୁବନେଶ୍ୱର ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ଶ୍ରଦ୍ଧାଞ୍ଜଳି ହେଉଛନ୍ତି ଅର୍ଚ୍ଚନାଙ୍କ ଆଉ ଜଣେ ସହଯୋଗୀ। ଅକ୍ଷୟ ପରିଜାଙ୍କ ବିରୋଧରେ ଶ୍ରଦ୍ଧାଞ୍ଜଳି ଆପତ୍ତି ଜନକ ଅଭିଯୋଗ ଆଣିବା ପରେ ନୟାପଲ୍ଲୀ ଥାନାରେ ପାଲଟା ଅଭିଯୋଗ କରିଥିଲେ ଅକ୍ଷୟ ପରିଜା।

ଅଶ୍ଳୀଳ ଫଟୋ ଓ ଭିଡିଓ ଉତ୍ତୋନ କରି ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳି ୩ କୋଟି ଟଙ୍କା ମାଗିବା ସହ ହତ୍ୟା ଧମକ ଦେବା ନେଇ ଏତଲାରେ ଉଲ୍ଲେଖ କରିଥିଲେ ସିନେ ପ୍ରଯୋଜକ ଅକ୍ଷୟ ପରିଜା। ଏହି ଘଟଣାରେ ଇଡି କାର୍ଯ୍ୟଳୟରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି।

ଆଜି ଅକ୍ଷୟ ପରିଜା ଏବଂ ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ ଜେରା କରାଯିବାର ସମ୍ଭାବନା ରହିଛି। ଏହି ଜେରା ପରେ ବିଭିନ୍ନ ଅକୁହା କଥା ସାମ୍ନାକୁ ଆସିବ ବୋଲି କୁହାଯାଉଛି। ମଙ୍ଗଳବାର ଦିନ ଅକ୍ଷୟ ପରିଜା ଇଡି କାର୍ଯ୍ୟାଳୟରେ ହାଜର ହୋଇଥିବାବେଳେ ଆଜି ପୁଣି ଇଡିରେ ହାଜର ହୋଇଛନ୍ତି।

Tags: #ArchanaNaagCase #ED #ShradhanjaliBehera #Blackmail #AkhayaParija

Comment