ଓଡ଼ିଶାଲାଇଭ୍ ବ୍ୟୁରୋ

ଅର୍ଚ୍ଚନା ନାଗ ବ୍ଲାକମେଲିଂ କରି ଟଙ୍କା ମାଗିବା ମାମଲାରେ ଶୁକ୍ରବାର ଦିନ ପୁଣି ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା। ଏହା ପୂର୍ବରୁ ସେ ବୁଧବାର ଦିନ ଇଡିରେ ହାଜର ହୋଇଥିଲେ। ଏହି ମାମଲରେ ଦ୍ୱିତୀୟ ଥର ପାଇଁ ବୁଧବାର ଦିନ ମଧ୍ୟ ଓଡ଼ିଆ ସିନେ ପ୍ରଯୋଜକ ଅକ୍ଷୟ ପରିଜା ହାଜର ହୋଇଥିଲେ। ଉଭୟଙ୍କୁ ପ୍ରାୟ ୧୨ ଘଣ୍ଟା ଧରି ଗୁଡ଼େଇତୁଡ଼େଇ ପ୍ରଶ୍ନ କରିଥିଲେ ଇଡି ଅଧିକାରୀ। ଶ୍ରଦ୍ଧାଞ୍ଜଳି ଇଡିକୁ ହାତରେ ଅନେକ ତଥ୍ୟ ଦେଇଥିବା ସୂଚନା ରହିଛି।

ଆଜି ଜେରା ବେଳେ ଅନେକ ଗୁମର ଉପରୁ ଶ୍ରଦ୍ଧାଞ୍ଜଳି ପରଦା ହଟାଇ ପାରନ୍ତି ବୋଲି କୁହାଯାଉଛି। ବୁଧରବାର ଦିନ ଉଭୟଙ୍କୁ ଇଡି ଅଧିକାରୀ ପ୍ରଶ୍ନ ବାଣରେ ଘାଇଲା କରିଥିଲେ। ଗୋଟିଏ ଟେବୁଲରେ ଶ୍ରଦ୍ଧାଞ୍ଜଳି ଏବଂ ଅକ୍ଷୟ ପରିଜାଙ୍କୁ ଜେରା କରାଯାଇଥିଲା। ଜେରା ବେଳେ କାନ୍ଦି ପାଇଥିଲେ ଶ୍ରଦ୍ଧାଞ୍ଜଳି।

ଶ୍ରଦ୍ଧାଞ୍ଜଳି ହେଉଛନ୍ତି ଅର୍ଚ୍ଚନାଙ୍କ ଅନ୍ୟତମ ସହଯୋଗୀ। ଅକ୍ଷୟ ପରିଜାଙ୍କ ବିରୋଧରେ ଶ୍ରଦ୍ଧାଞ୍ଜଳି ଆପତ୍ତି ଜନକ ଅଭିଯୋଗ ଆଣିବା ପରେ ନୟାପଲ୍ଲୀ ଥାନାରେ ପାଲଟା ଅଭିଯୋଗ କରିଥିଲେ ଅକ୍ଷୟ କରିଜା। ଅଶ୍ଳୀଳ ଫଟୋ ଓ ଭିଡିଓ ଉତ୍ତୋନ କରି ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳି ୩ କୋଟି ଟଙ୍କା ମାଗିବା ସହ ହତ୍ୟା ଧମକ ଦେବା ନେଇ ଏତଲାରେ ଉଲ୍ଲେଖ କରିଥିଲେ ସିନେ ପ୍ରଯୋଜକ ଅକ୍ଷୟ ପରିଜା। ଏହି ଘଟଣାରେ ଇଡି କାର୍ଯ୍ୟଳୟରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି।

ଆଜି ଅକ୍ଷୟ ପରିଜା ଏବଂ ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ ଜେରା କରାଯିବାର ସମ୍ଭାବନା ରହିଛି। ଏହି ଜେରା ପରେ ବିଭିନ୍ନ ଅକୁହା କଥା ସାମ୍ନାକୁ ଆସିବ ବୋଲି କୁହାଯାଉଛି। ମଙ୍ଗଳବାର ଦିନ ଅକ୍ଷୟ ପରିଜା ଇଡି କାର୍ଯ୍ୟାଳୟରେ ହାଜର ହୋଇଥିବାବେଳେ ଆଜି ପୁଣି ଇଡିରେ ହାଜର ହୋଇଛନ୍ତି।

Tags: #ArchanaNaagCase #ED #ShradhanjaliBehera #Blackmail #AkhayaParija

Comment