ଓଡ଼ିଶାଲାଇଭ୍ ବ୍ୟୁରୋ

ଅର୍ଚ୍ଚନା ନାଗ ବ୍ଲାକମେଲିଂ ଓ ଟଙ୍କା କାରବାରକୁ ନେଇ ଇଡିର ଖୋଳତାଡ ଜାରି ରହିଛି। ଏହି ଘଟଣାରେ ଜଣକ ପରେ ଜଣକୁ କାର୍ଯ୍ୟାଳୟକୁ ଡାକି ଜେରା କରୁଛନ୍ତି ଇଡି ଅଧିକାରୀ। ଶୁକ୍ରବାର ଦିନ ଅର୍ଚ୍ଚନା ନାଗଙ୍କ ଡ୍ରାଇଭର ଚନ୍ଦନ ହାଜର ହୋଇଛନ୍ତି ଇଡି କାର୍ଯ୍ୟାଳୟରେ।

ବିଭିନ୍ନ ଗଣମାଧ୍ୟମର ଖବର ଆଧାରରେ ଅର୍ଚ୍ଚନା ନାଗ ବ୍ଲାକମେଲିଂ କରି ବଡ଼ବଡ଼ିଆଙ୍କୁ ଟଙ୍କା ମାଗୁଥିଲେ। ଏହି ତାଲିକାରେ ରହିଛନ୍ତି ମନ୍ତ୍ରୀ, ବିଧାୟକ, ବିଲଡର, ସିନେ ପ୍ରଯୋଜକ, ନିର୍ଦ୍ଦେଶଙ୍କ ସହ ଅନେକ ବ୍ୟବସାୟୀ। ବର୍ତ୍ତମାନ ଅର୍ଚ୍ଚନା ନାଗଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତିର ଖୋଳତାଡ଼ କରି ସତ ଜାଣିବାକୁ ଚେଷ୍ଟା ଚଳାଇଛି ଇଡି।

ଅର୍ଚ୍ଚନା ନାଗ ମାମଲାରେ ଓଡ଼ିଆ ସିନେ ପ୍ରଯୋଜକ ଅକ୍ଷୟ ପରିଜା, ଅମୀୟ ଦାସ, ଗଙ୍ଗାଧର ସାମଲ ଏବଂ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଇଡି କାର୍ଯ୍ୟାଳୟରେ ଜେରା କରାଯାଇଥିବାବେଳେ ଆଜି ହାଜର ହୋଇଛନ୍ତି ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନ। ଚନ୍ଦନ ଅର୍ଚ୍ଚନାଙ୍କୁ କେଉଁ କେଉଁ ସ୍ଥାନକୁ ନେଇଯାଇଥିଲେ ସେମ୍ପର୍କରେ ଖୋଳତାଡ଼ କରିବାର ସମ୍ଭାବନା ରହିଛି।

Tags: #ArchanaNaagCase #ED #ShradhanjaliBehera #Blackmail #AkhayaParija #DriverChandan

Comment