ଓଡ଼ିଶାଲାଇଭ୍ ବ୍ୟୁରୋ

‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ର ତୃତୀୟ ସଂସ୍କରଣର ଗୁରୁବାର ହେଉଛି ଦ୍ୱିତୀୟ ଦିନ। ଭୁବନେଶ୍ଵର ଜନତା ମଇଦାନଠାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ ହୋଇଛି ଏହି ଦ୍ଵିବାର୍ଷିକ ନିବେଶକ ସମ୍ମିଳନୀ। ‘ମେକ୍ ଇନ୍ ଓଡ଼ିଶା’ର ପ୍ଲିନାରି ସେସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ ଦଶନ୍ଧି ଧରି ଓଡ଼ିଶାରେ ହୋଇଥିବା ବିକାଶ ସଂପର୍କରେ କହିଛନ୍ତି।

“ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେଉଛି ଓଡ଼ିଶା ଏକ ପ୍ରଗତିଶୀଳ ରାଜ୍ୟ ଭାବେ ବିକଶିତ ହେବାରେ ଲାଗିଛି ଓଡ଼ିଶାର ରୂପାନ୍ତରଣ କ୍ଷେତ୍ରରେ ମେକ୍ ଇନ୍ ଓଡ଼ିଶାର ଭୂମିକା ଗୁରୁତ୍ଵପୂର୍ଣ୍ଣ ରାଜ୍ୟ ସରକାର ଶିଳ୍ପର ବିକାଶ ଲାଗି ପ୍ରତିଶ୍ରୁତିବଦ୍ଧ”, ମେକ୍ ଇନ୍ ଓଡ଼ିଶା କନକ୍ଳେଭରେ ଉଦବୋଧନ ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଶାନ୍ତି, ସମୃଦ୍ଧି ବିକାଶ କ୍ଷେତ୍ରରେ ଓଡ଼ିଶା ପ୍ରମୁଖ ଉଦାହରଣ ସାଜିଛି ଦଶନ୍ଧି ଧରି ରାଜ୍ୟରେ ବିକାଶ ଜାରି ରହିଛି ଫାଇଭଟି ଯୋଗୁଁ ସବୁ କ୍ଷେତ୍ରେରେ ସ୍ଵଚ୍ଛତା ଆସିପାରିଛି ଶିକ୍ଷା ପ୍ରତି ଗୁରୁତ୍ଵ, ଦକ୍ଷତା ବିକାଶ, କୃଷି, ମହିଳା ସଶକ୍ତିକରଣ, ଆଦିବାସୀ ବିକାଶ କ୍ଷେତ୍ରରେ ଓଡ଼ିଶା ପ୍ରମୁଖ ସଫଳତା ହାସଲ କରିଛି ୭୦ ଲକ୍ଷ ମହିଳା ଏସଏଚଜି ଗଠନ କରି ଓଡ଼ିଶା ଉଦାହରଣ ସୃଷ୍ଟି କରିଛି

ସ୍ଵାସ୍ଥ୍ୟ କ୍ଷେତ୍ରରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାର ଭୂମିକା ଗୁରୁତ୍ଵପୂର୍ଣ୍ଣ। ରାଜ୍ୟରେ ଦାରିଦ୍ର୍ୟ ହ୍ରାସ ପାଇଛି ଏବଂ ଚାଷୀଙ୍କ ଆୟ ଦୁଇଗୁଣ ହୋଇଛି ଅଧିକ ରାଜସ୍ଵ ଆଦାୟ ହେବା ସହ ଅର୍ଥନୈତିକ ବିକାଶ ପ୍ରକ୍ରିୟା ଜାରି ରହିଛିରାଜ୍ୟରେ ବୃହତ ଭିତ୍ତିଭୂମି ପ୍ରକଳ୍ପ ସୃଷ୍ଟି ହୋଇଛି। ଓଡ଼ିଶାର ଅଗ୍ରଗତି ନିବେଶ ସହ ସମ୍ପର୍କିତ ବୟନ, ଖାଦ୍ୟ ଶିଳ୍ପ ଆଦି ବହୁ କ୍ଷେତ୍ରରେ ନୂଆ ନୀତି ଗ୍ରହଣ କରାଯାଉଛି

ଖଣି ଖଣିଜ କ୍ଷେତ୍ରରେ ଓଡ଼ିଶାର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଥିବାବେଳେ ବିଶ୍ଵସ୍ତରୀୟ ଶିକ୍ଷା ପ୍ରଦାନ କରିବା କ୍ଷେତ୍ରରେ ଓଡ଼ିଶା ପ୍ରମୁଖ ଉଦାହରଣ ସାଜିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Tags: #MakeInOdishaConclave2022 #NaveenPatnaik #CMO #InvesterMeet #BusinessLeaders #Odisha #Investment #Development

Comment