ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ବିଶ୍ୱ ଏଡ୍‌ସ ଦିବସ। ୧୯୮୮ ମସିହା ପରଠାରୁ ପ୍ରତି ବର୍ଷ ଡିସେମ୍ବର ୧ରେ ଅନ୍ତର୍ଜାତୀୟ ସ୍ତରରେ ଏହି ଦିବସ ପାଳିତ ହୋଇଆସୁଛି। ଏଡସ୍ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି।

ଏହି ଅବସରରେ ଏଡ୍‌ସ ପୀଡ଼ିତମାନଙ୍କୁ ବାଛବିଚାର ନକରି ସେମାନଙ୍କ ସହଯୋଗ ହାତ ବଢ଼ାଇବା ପାଇଁ ଜାତିସଂଘର ପକ୍ଷରୁ ଆହ୍ୱାନ ଦିଆଯାଇଛି। ଏଡସ୍‌ରେ ପୀଡ଼ିତ ଲୋକଙ୍କୁ ଅନ୍ୟ ସାଧାରଣ ମଣିଷଙ୍କ ପରି ଜୀବନ ବିତାଇବାକୁ ସୁଯୋଗ କରିବା ନେଇ ଲୋକଙ୍କୁ ସଚେତନ କରିବାକୁ ପ୍ରୟାସ କରାଯାଉଛି।

ଏଡସ୍ ବିଶ୍ଵର ସବୁଠାରୁ ବଡ଼ ସ୍ଵାସ୍ଥ୍ୟ ସମସ୍ୟା। ଗ୍ଲୋବାଲ ଏଚ୍‌ଆଇଭି ଆଣ୍ଡ ଷ୍ଟାଟିଟିକ୍ସର ରିପୋର୍ଟ ଅନୁଯାୟୀ ୨୦୧୭ ସୁଦ୍ଧା ସାରା ବିରେ ୩ କୋଟି ୫୪ ଲକ୍ଷ ଏଡ଼୍‌ସ୍‌ ଦ୍ଵାରା ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ଭିତରେ ଶିଶୁ ବି ରହିଛନ୍ତି। ସାଉଥ୍ ଆଫ୍ରିକାରେ ସବୁଠାରୁ ଅଧିକ ଏଡସ୍ ଆକ୍ରାନ୍ତ ରୋଗୀ ରହିଛନ୍ତି। ଏହି ଘାତକ ରୋଗ ୨୦୦୫ରେ ସର୍ବାଧିକ ୨କୋଟି ଲୋକଙ୍କର ଜୀବନ ନେଇଥିବାବେଳେ ଅତ୍ୟାଧୁନିକ ସତର୍କତାମୂଳକ ପଦକ୍ଷେପ ଯୋଗୁଁ ୨୦୧୬ରେ ଏହି ମୃତ୍ୟୁହାର ବାର୍ଷିକ ୧୦ ଲକ୍ଷକୁ ଖସି ଥିଲା।

ଏହି ଅବସରରେ ଅନେକ ସରକାରୀ ସଂସ୍ଥା ଓ ବେସରକାରୀ ସଂସ୍ଥା ଦ୍ଵାରା ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଯେଉଁଥିରେ ବିଭିନ୍ନ ଉପାୟରେ ଲୋକଙ୍କୁ ସଚେତନ କରିବାକୁ ପ୍ରୟାସ ହୋଇଥାଏ।

Tags: #AIDS #WorldAIDSDay #Awareness #HealthyLife

LEAVE A REPLY

Please enter your comment!
Please enter your name here