ଓଡ଼ିଶାଲାଇଭ୍ ବ୍ୟୁରୋ

ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ବୁଧବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି ଆର୍କିଟେକ୍ଟ ରଞ୍ଜିତ ବେହେରା। ରଞ୍ଜିତ ବେହେରା ଆଜି ଦ୍ୱିତୀୟ ଥର ପାଇଁ ଇଡିରେ ହାଜର ହୋଇଛନ୍ତି। ମଙ୍ଗଳବାର ଦିନ ସେ ଏହି ମାମଲାରେ ଇଡିରେ ହାଜର ହୋଇଥିଲେ।

ଅର୍ଚ୍ଚନା ନାଗଙ୍କ ବିଳାଶପୂର୍ଣ୍ଣ ଘରର ଇଣ୍ଟିୟିୟର ଡିଜାଇନ କରିଥିଲେ ଆର୍କିଟେକ୍ଟ ରଞ୍ଜିତ ବେହେରା। ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଥିଲା ଏବଂ ତାଙ୍କୁ କେତେ ଟଙ୍କା ଦିଆଯାଇ ଥିଲେ ସେ ସବୁର ଖୋଳତାଡ଼ କରିବେ ଇଡି ଅଧିକାରୀ। ଇଡି କାର୍ଯ୍ୟାଳୟରେ ସାତଦିନିଆ ରିମାଣ୍ଡରେ ଥିବା ଅର୍ଚ୍ଚନା ନାଗ ଏବଂ ରଞ୍ଜିତଙ୍କର ମୁହାଁମୁହିଁ ଜେରା କରାଯାଉଥିବା ସୂଚନା ମିଳିଛି। ଏହି ଜେରା ସମୟରେ ଇଡି ହାତରେ ଅନେଗ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଲାଗିବ ବୋଲି କୁହାଯାଉଛି।

ଅର୍ଚ୍ଚନା ନାଗଙ୍କ ଆର୍ଥିକ ସାମ୍ରାଜ୍ୟର ଖୋଳତାଡ଼ କରାଯାଉଥିବାବେଳେ ଏହି ମାମଲାରେ ଇଡି ୧୫ ଜଣଙ୍କୁ ସମନ ଜାରି କରିଛି। ବର୍ତ୍ତମାନ ସୁଦ୍ଧା ୧୧ ଜଣ ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ପୂର୍ବରୁ ଦୁଇ ଥର ଇଡି କାର୍ଯ୍ୟାଳୟରେ ହାଜର ହୋଇଥିବା ଅର୍ଚ୍ଚନାଙ୍କୁ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା କେଉଁ ଆଡ଼େ ଫେରାର ହୋଇଯାଇଥିବା କୁହାଯାଉଛି। କାରଣ ବାରମ୍ବାର ନୋଟିସ ପରେ ମଧ୍ୟ ସେ ଇଡି କାର୍ଯ୍ୟାଳୟରେ ହାଜର ହେଉନାହାନ୍ତି।

ଅନ୍ୟ ପକ୍ଷରେ ମଙ୍ଗଳବାର ଦିନ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବା ସମୟରେ ସେ ଅନେକ ବିସ୍ଫୋରକ ବୟାନ ଦେଇଥିଲେ। ସେ କହିଥିଲେ ଶ୍ରଦ୍ଧାଞ୍ଜଳିଙ୍କ କଲ୍ ଡିଟେଲ୍ସ ଚେକ୍ କରାଗଲେ ଅନେକ ରହସ୍ୟ ପଦାକୁ ଆସିବ।

Tags: #Crime #ArchanaNaagBlackMailCase #ED #ArchitectRanjitBehera

Comment