ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପିକୁ ବହୁମତ ମିଳିବାର ସଙ୍କେତ ମିଳିସାରିଲାଣି। କିନ୍ତୁ ହିମାଚଳ ପ୍ରଦେଶରେ ବିଜେପିକୁ ପଛରେ ପକାଇ କଂଗ୍ରେସ ସ୍ଥିତି ସୁଦୃଢ଼ କରିଛି। ପାହାଡୀ ରାଜ୍ୟ ହିମାଚଳ ପ୍ରଦେଶରୁ ବିଜେପି ବିଦା ହେବାର ଯଥେଷ୍ଟ ସମ୍ଭାବନା ରହିଛି

ହିମାଚଳ ପ୍ରଦେଶରେ ଲଗାତାର ବିଜେପି ପଛରେ ପଡ଼ିଛି ସଦ୍ୟ ସୂଚନା ଅନୁଯାୟୀ, ବିଜେପିକୁ ମାତ୍ର ୨୯ ସିଟ ମିଳିଥିବା ବେଳେ କଂଗ୍ରେସ ଖାତାକୁ ଯାଇଛି ୩୬ଟି ଆସନ। ସେହିପରି ସ୍ଵାଧୀନ ଦଳ ୩ଟି ଆସନରେ ଆଗରେ ରହିଛନ୍ତି। ୬୮ ସଦସ୍ୟ ବିଶିଷ୍ଟ ହିମାଚଳ ବିଧାନସଭାରେ ସରକାର ଗଠନ ପାଇଁ ୩୫ ସିଟ୍ ଆବଶ୍ୟକ ରହିଛି।

Tags: #HimachalPradeshAssemblyElectionResult #BJP #Congress #India #ResultDay

Comment