ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): ଜଣେ ନବମ ଶ୍ରେଣୀ ଛାତ୍ରୀକୁ ଅପହରଣ ପରେ ଦୁଷ୍କର୍ମ କରିବା ଅଭିଯୋଗରେ ଅଭିଯୁକ୍ତ ଯୁବକକୁ ଗିରଫ କରିଛି ଜୟପୁର ଟାଉନ ଥାନା ପୋଲିସ। ଅଭିଯୁକ୍ତ ହେଲେ କୁନ୍ଦୁରା ଥାନା ଅନ୍ତର୍ଗତ ହନ୍ତାଳଗୁଡ଼ାର ସୁରେନ୍ଦ୍ର ହରିଜନ।

ପୋଲିସ କହିବା ଅନୁଯାୟୀ ଜୟପୁର ସହରର ଜଣେ ନବମ ଶ୍ରେଣୀ ଛାତ୍ରୀକୁ ଗତ ୫ ତାରିଖରେ ସୁରେନ୍ଦ୍ର ହରିଜନ ଅପହରଣ କରିଥିଲା। ଏ ନେଇ ଛାତ୍ରୀଙ୍କ ପରିବାର ଲୋକେ ଜୟପୁର ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍ ଏକ ଅପହରଣ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ଜୟପୁର ପୋଲିସର ଏକ ଟିମ ଭିନ୍ନ ସ୍ଥାନରେ ଚଢ଼ଉ କରି ଛାତ୍ରୀଙ୍କୁ ବୁଧବାର ସନ୍ଧ୍ୟାରେ ଉଦ୍ଧାର କରିବା ସହ ଅଭିଯୁକ୍ତ ସୁରେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Tags: #Koraput #MinorGirl #Kidnaping #Arrest

Comment