ଓଡ଼ିଶାଲାଇଭ୍ ବ୍ୟୁରୋ

ଅର୍ଚ୍ଚନା ନାଗ ବ୍ଲାକମେଲିଂ ଏବଂ ଅର୍ଥ ହେରଫେର ମାମଲାରେ ଡିଜିଟାଲ ତଥ୍ୟ ସଂଗ୍ରହ କରିବାକୁ ଶୁକ୍ରବାର ଦିନ ଖଣ୍ଡଗିରି ଥାନାରେ ପହଞ୍ଚିଥିଲା ଇଡିର ତଦନ୍ତକାରୀ ଟିମ୍। ଖଣ୍ଡିଗିରି ଥାନାରୁ ଗୋଟିଏ ଫାଇଲ ଧରି ତନାଘନା ପାଇଁ ଏହି ଟିମ୍ ପହଞ୍ଚିଛି ରାଜ୍ୟ ଫରେନ୍ସିକ୍ ଲ୍ୟାବରେ।

ଅର୍ଚ୍ଚନା ନାଗ ମାମଲାରେ ପୂର୍ବରୁ ବାରମ୍ବାର ପୋଲିସକୁ ଡିଜିଟାଲ ତଥ୍ୟ ମଗାଯାଇଥିଲେ ମଧ୍ୟ ଦିଆଯାଇନଥିଲା। ଏ ନେଇ ଭୁବନେଶ୍ଵର କୋର୍ଟଙ୍କୁ ଜଣାଇଥିଲା ଇଡି। ଅର୍ଚ୍ଚନା ନାଗଙ୍କ ଘରୁ ପୋଲିସ ଅନେକ ଡିଜିଟାଲ ତଥ୍ୟ ଜବତ କରିଥିଲା। ସେଗୁଡ଼ିକର ଯାଞ୍ଚ ପାଇଁ ଫରେନ୍ସିକ ଲ୍ୟାବକୁ ପଠାଯାଇଥିଲା।

ଅର୍ଚ୍ଚନା ନାଗଙ୍କୁ ଇଡି ରିମାଣ୍ଡରେ ନେଇ ପଚରା ଉଚରା କରିଥିଲେ ମଧ୍ୟ ଇଡିକୁ କୌଣସି ସନ୍ତୋଷ ଜନକ ଉତ୍ତର ଦେଇନଥିଲେ ଅର୍ଚ୍ଚନା। ଏପରିକି ରିମାଣ୍ଡ ସମୟରେ ଅର୍ଚ୍ଚନା ଇଡିକୁ ସହଯୋଗ କରିନଥିବା ମଧ୍ୟ କୋର୍ଟରେ ଅଭିଯୋଗ ହୋଇଥିଲା। ବର୍ତ୍ତମାନ ମନି ଲଣ୍ଡରିଂ ମାମଲାରେ ଇଡି ଅର୍ଚ୍ଚନା ନାଗଙ୍କୁ ଗିରଫ କରିବା ସହ ପୁନର୍ବାର ରିମାଣ୍ଡରେ ନେଇଛି। ତଥାପି ଅର୍ଚ୍ଚନା ଇଡିକୁ ତଦନ୍ତରେ ସହଯୋଗ କରୁନଥିବା ଇଡି ଅଧିକାରୀ ସୂଚନା ଦେଇଛନ୍ତି।

ଅର୍ଚ୍ଚନା ନାଗ ବ୍ଲାକମେଲିଂ ଏବଂ ଅର୍ଥ ହେରଫେର ମାମଲାରେ ଅର୍ଚ୍ଚନାଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ନେଇ ଇଡି ପଚରା ଉଚରା କରୁଥିଲେ ମଧ୍ୟ ସେ ମୁହଁଖୋଲୁ ନଥିବା ଜଣାପଡ଼ିଛି। ପୋଲିସ ପାଇଥିବା ଡିଜିଟାଲ ତଥ୍ୟ ଆଧାରରେ ଇଡି ଏହି ଘଟଣା ଉପରୁ ପରଦା ହଟାଇବାକୁ ଆଶା ରଖିଥିବା କୁହାଯାଉଛି।

Tags: #ArchanaNaag #BlackmailingCase #ED #JagabandhuChand #DigitalEvidence

LEAVE A REPLY

Please enter your comment!
Please enter your name here