ଓଡ଼ିଶାଲାଇଭ୍ ବ୍ୟୁରୋ

ଅର୍ଚ୍ଚନା ନାଗ ବ୍ଲାକମେଲିଂ ଏବଂ ଅର୍ଥ ହେରଫେର ମାମଲାରେ ଦୁଇଥର ଇଡି କାର୍ଯ୍ୟାଳୟରେ ହାଜର ହୋଇଥିବା ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା ଶନିବାର ଦିନ ତୃତୀୟ ଥର ପାଇଁ ହାଜର ହୋଇଛନ୍ତି। ପୂର୍ବରୁ ଇଡି କାର୍ଯ୍ୟାଳୟରେ ହାଜର ହେଇବା ପରେ ପୁନର୍ବାର ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ଶ୍ରଦ୍ଧାଞ୍ଜଳିଙ୍କୁ ବାରମ୍ବାର ନୋଟିସ ହୋଇଥିଲେ ମଧ୍ୟ ସେ ହାଜର ହୋଇନଥିଲେ।

ଅର୍ଥ ହେରଫେର ମାମଲାରେ ଇଡି ଅର୍ଚ୍ଚନା ନାଗଙ୍କୁ ଗିରଫ କରିବା ପରେ ଗିରଫ ଭୟରେ ଆଗୁଆ ଜମିନ ପାଇଁ ଆବେଦନ କରିଥିଲେ ଶ୍ରଦ୍ଧାଞ୍ଜଳି। କିନ୍ତୁ ତାଙ୍କ ଜାମିନ ଆବେଦନ ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଥିଲେ।

ବର୍ତ୍ତମାନ ବ୍ଲାକମେଲିଂ ଏବଂ ଅର୍ଥ ହେରଫେର ମାମଲାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଅର୍ଚ୍ଚନା ନାଗ ଏବଂ ତାଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ଇଡି ନେଇ ପଚରା ଉଚରା ଜାରି ରଖିଛି। ଆଜି ଶ୍ରଦ୍ଧାଞ୍ଜଳି ଇଡିରେ ହାଜର ହେବା ପରେ ତିନିଜଣଙ୍କୁ ଏକାଠି ଜେରା କରାଯିବାର ସମ୍ଭାବନା ରହିଛି। ଏହି ସମୟରେ ଇଡି ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ହାସଲ କରିବ ବୋଲି କହୁଯାଉଛି।

Tags: #ArchanaNaagBlackMailingCase #ShradhanjaliBehera #EDOffice #ED

LEAVE A REPLY

Please enter your comment!
Please enter your name here