ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୁଷ ହକି ବିଶ୍ଵକପ-୨୦୨୩ ଆସନ୍ତା ଜାନୁଆରି ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ସୋମବାରଠାରୁ ଆରମ୍ଭ ହୋଇଛି ଅଫଲାଇନ ଟିକେଟ ବିକ୍ରି। ଟିକେଟ କିଣିବାକୁ ଉଭୟ ଭୁବନେଶ୍ଵର କଳିଙ୍ଗଷ୍ଟାଡିୟମ ଏବଂ ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଟିକେଟ କିଣିବାକୁ ହକି ପ୍ରେମୀଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି।

ଆଜି ସକାଳୁ ଆରମ୍ଭ ହୋଇଛି ପୁରୁଷ ହକି ବିଶ୍ଵପକ-୨୦୨୩ ଲାଗି ଅଫଲାଇନ ଟିକେଟ ବିକ୍ରି। କଳିଙ୍ଗ ଷ୍ଟାଡିୟମର ୮ ନମ୍ବର ଗେଟ ସମ୍ମୁଖ ରିଜର୍ଭ ପୋଲିସ ଲାଇନ ପଡ଼ିଆ ଏବଂ ରାଉରକେଲା ମ୍ୟାଚଗୁଡ଼ିକ ନିମନ୍ତେ ବିର୍ସା ମୁଣ୍ଡା ଷ୍ଟାଡିୟମର ୨ ଏବଂ ୬ ନମ୍ବର ଗେଟ କାଉଣ୍ଟରରେ ଟିକେଟ ବିକ୍ରି ହେଉଛି।

ସକାଳ ୧୧ଟାରୁ ସଂନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଟିକେଟ କାଉଣ୍ଟର ଖୋଲା ରହିବ। ପୂର୍ବରୁ ଅନଲାଇଟ୍ ଟିକେଟ କାଟିଥିବା ହକିପ୍ରେମୀଙ୍କୁ ଆବଶ୍ୟକ ପ୍ରମାଣପତ୍ର ଦେଖାଇ କାଉଣ୍ଟରରୁ ଟିକେଟ ସଂଗ୍ରହ କରିବାକୁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହା ପୂର୍ବରୁ ଗତ ନଭେମ୍ବର ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୁଷ ହକି ବିଶ୍ଵକପ-୨୦୨୩ର ପ୍ରଥମ ଟିକେଟ କିଣିଥିଲେ। ନଭେମ୍ବର ୨୪ରେ ଅନଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଥିଲା।

ଭାରତ ହକି ମ୍ୟାଚ ପାଇଁ ଟିକେଟର ମୂଲ୍ୟ କ୍ରମାସଃ ୫୦୦, ୪୦୦ ଓ ୨୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହା ବ୍ୟତୀତ ଅନ୍ୟ ମ୍ୟାଚଗୁଡ଼ିକ ଲାଗି ଟିକେଟ ମୂଲ୍ୟ ରହିଛି ୨୦୦ ଏବଂ ୧୦୦ ଟଙ୍କା। କଳିଙ୍ଗ ଷ୍ଟାଡିୟମରେ ଦର୍ଶକଙ୍କ କ୍ଷମତା ୧୫ ହଜାରକୁ ବୃଦ୍ଧି ହୋଇଥିବାବେଳେ ନବନିର୍ମିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ୨୦ ହଜାର ଦଶର୍କ ମ୍ୟାଚ ଦେଖିବା ନିମନ୍ତେ ବ୍ୟବସ୍ଥା କରାଯାଇଛି। ପୁରୁଷ ହକି ବିଶ୍ଵକପ-୨୦୨୩ରେ ମୋଟ ୧୬ଟି ଦଳକୁ ୪୪ଟି ମ୍ୟାଚ ଖେଳାଯିବ।

Tags: #Hockey #HockeyIndia #Sports #MensHockeyWorldCup2023 #Ticket #OnlineTicket

Comment