ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): କଣ୍ଟାବାଞ୍ଜି ଜେଲ ପରିସରରେ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ସେ ମରିନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି। ଗୋବିନ୍ଦ ସାହୁଙ୍କ ମୃତ୍ୟୁ ପରେ ମମିତା ମେହେର ହତ୍ୟା ମାମଲା ଉପରୁ ପରଦା ହଟିବ ବୋଲି ଯେଉଁ ଆଶା କରାଯାଉଥିଲା ତାହା ସମ୍ପୂର୍ଣ୍ଣ ଭାବରେ ଧୂଳିସାତ ହୋଇଗଲା ବୋଲି ମଙ୍ଗଳବାର ଦିନ କହିଛନ୍ତି ଜୟପୁର ବିଧାୟକ।

ଜଣେ ବିଚାରାଧୀନ କଏଦୀ ଜେଲ ପରିସରରେ ଆତ୍ମହତ୍ୟା ଉଦ୍ୟମ କଲେ ଅଥଚ କେହି କିପରି ଜାଣିପାରିଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ ତାରା ବାହିନୀପତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଗୋବିନ୍ଦ ସାହୁ ମୁହଁ ଖୋଲିଥିଲେ ଅନେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଗୁମର ପଦାରେ ପଡ଼ିଥାନ୍ତା। ଏହି ଭୟରେ ହୁଏତ ତାଙ୍କୁ କେହି ହତ୍ୟା କରିଥାଇପାରନ୍ତି।

ଏହି ଘଟଣାର ଏସଆଇଟି ତଦନ୍ତ ପାଇଁ ଦାବି କରିବା ସହ ରାଜ୍ୟ ସରକାର ଏହି ମାମଲାରେ ହସ୍ତକ୍ଷେପ କରିବାକୁ ତାରା ପ୍ରସାଦ ବାହିନୀପତି ଦାବି କରିଛନ୍ତି।

Tags: #GovindaSahoo #UnnaturalDeath #KantabanjhiJail #MamitaMeherMurderCase #Balangir #Odisha #JeypureMLA #TaraPrasadBahinipati

LEAVE A REPLY

Please enter your comment!
Please enter your name here