ଓଡ଼ିଶାଲାଇଭ୍ ବ୍ୟୁରୋ

ଭିଜିଲାନ୍ସ ଜାଲରେ ଇଡକଲର ଡେପୁଟି ମ୍ୟାନେଜର। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡକଲ୍ ଅମ୍ପାଭାଲି ଲାଇମ ଷ୍ଟୋନ ମାଇନ୍ସର ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରୁଛି। ଏକକାଳୀନ ୭ଟି ସ୍ଥାନରେ ଚାଲିଛି ରେଡ୍। ଭୁବନେଶ୍ଵରସ୍ଥିତ ୩ଟି ଘର, କୋରାପୁଟର ୨ଟି, ନୟାଗଡ଼ ଓ ରାୟଗଡ଼ାରେ ଚାଲିଛି ଭିଜିଲାନ୍ସ ରେଡ୍।

ରାଜଧାନୀର ମଞ୍ଚେଶ୍ୱର ସେକ୍ଟର-ଏରେ ଥିବା ୩ ମହଲା କୋଠା, ଜୟଦେବ ବିହାରରେ ନିର୍ମାଣଧୀନ ୪ ମହଲା କୋଠା, କୋରାପୁଟ ଜିଲ୍ଲା ସୁଙ୍କି ଗେଟରେ ଥିବା ଭଡ଼ାଘରରେ ଚାଲିଛି ରେଡ୍। ସିମାଗୋଡ଼ା ଆମ୍ପା ଭାଲିରେ ଥିବା ଅଫିସ ଚାମ୍ବରରେ ଚାଲିଛି ରେଡ୍।

ସେହିପରି ନୟାଗଡ଼ ଓଡ଼ଗାଁରେ ଥିବା ପୈତୃକ ଘର ଓ ରାୟଗଡ଼ା ମୁନିଗୁଡ଼ାରେ ଥିବା ଶ୍ଵଶୁର ଘରେ ମଧ୍ୟ ଚାଲିଛି ଭିଜିଲାନ୍ସ ରେଡ୍। ରେଡ୍‌ରେ ୭ଜଣ ଡିଏସପି, ୪ଜଣ ଇନସ୍ପେକ୍ଟର, ଜଣେ ସବ୍ ଇନସ୍ପେକ୍ଟର ଓ ୭ଜଣ ଏଏସଆଇ ସାମିଲ ଅଛନ୍ତି।

Tags: #VigilanceRaid #IDCOLDeputyManager #Bhubaneswar #Raid #OdishaVigilance

Comment