ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ ଜିଲ୍ଲା ବିସିଂହପୁର ଥାନା ଘାଟୁଆଳଗୁଡ଼ା ଗ୍ରାମରେ ଜଣେ ବୃଦ୍ଧଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ବୃଦ୍ଧ ହେଲେ ଚିଲାମାଣ୍ଡି ଗ୍ରାମର ଧନିଆ ମୁଦୁଲି। ପର୍ଜାପାତ୍ରପୁଟ ଗ୍ରାମର ଉଦୟ ବିଶୋୟୀ ଚିଲାମାଣ୍ଡି ଗ୍ରାମର ଧନିଆ ମୁଦୁଲିଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହେଉଛି।

ଏ ନେଇ ମୃତ ବୃଦ୍ଧଙ୍କ ପରିବାର ଲୋକେ ବିସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବିସିଂହପୁର ଥାନା ପୋଲିସ ସାଇଣ୍ଟିଫିକ ଟିମକୁ ଧରି ଘଟଣାସ୍ଥଳରେ ତଦନ୍ତ କରୁଛି। ତୁରନ୍ତ ଏହି ଘଟଣାର ତଦନ୍ତ କରାଯାଇ ଦୋଷୀକୁ ଗିରଫ କରାଯିବ ବୋଲି କହିଛନ୍ତି ବୋରିଗୁମ୍ମା ଏସଡିପିଓ ମଧୁସିକ୍ତା ମିଶ୍ର।

Tags: #Crime #Koraput #Murder

Comment