ଓଡ଼ିଶାଲାଇଭ୍ ବ୍ୟୁରୋ

ହକିର ଗଡ଼ କୁହାଯାଉଥିବା ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ସହରରେ ନିର୍ମାଣ ହୋଇଛି ବିଶ୍ଵର ଅନ୍ୟତମ ବୃହତ ହକି ଷ୍ଟାଡିୟମ। ଯାହାର ନାଁ ରହିଛି ‘ବିର୍ସା ମୁଣ୍ଡା ହକି ଷ୍ଟାଡିୟମ’। ରାଉରକେଲା ବିପିୟୁଟି କ୍ୟାମ୍ପସ ପରିସରରେ ପ୍ରାୟ ୧୫ ଏକର ଜମିରେ ନିର୍ମିତ ହୋଇଥିବା ଏହି ଷ୍ଟାଡିୟମରେ ୨୦ ହଜାରରୁ ଅଧିକ ଦର୍ଶକ ଏକା ସାଙ୍ଗରେ ବସି ମ୍ୟାଚ ଦେଖିବାର ସୁବିଧା ରହିଛି।

ମାତ୍ର ୧୫ ମାସର ସମୟ ଅବଧି ମଧ୍ୟରେ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ନିର୍ମାଣ କାମ ଶେଷ ହୋଇଛି। ଏହି ଷ୍ଟାଡିୟମରେ ରହିଛି ଅନେକ ଅତ୍ୟାଧୁନିକ ସୁବିଧା। ଏଠାରେ ଦୁଇଟି ଉନ୍ନତ ମାନର ସିନ୍ଥେଟିକ ହକି ଟର୍ଫ ସହ ଫ୍ୟାସିଲିଟି ବିଲ୍ଡିଂ, ପ୍ରଶାସନିକ ବିଲ୍ଡିଂ, ସାମ୍ବାଦିକମାନଙ୍କ ପାଇଁ ସ୍ଵତନ୍ତ୍ର ମିଡିଆ କେନ୍ଦ୍ର ଏବଂ ରେଡିଓ ସେଣ୍ଟର ଭଳି ଅନେକ ସୁବିଧା ରହିଛି। ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଭିତରକୁ ଯିବା ପାଇଁ ମୋଟ ୬ଟି ପ୍ରବେଶ ପଥ ରହିଛି।

ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ସମ୍ପର୍କରେ ଅଧିକ ଜାଣିବା ପାଇଁ ଦେଖନ୍ତୁ ଭିଡିଓ।

Tags: #Hockey #WorldCupHockey #BirsaMundaHockeyStadium #OdishaHockey

Comment