ଓଡ଼ିଶାଲାଇଭ୍ ବ୍ୟୁରୋ

(ଫୁଲବାଣୀରୁ ସଦାଶିବ ପାତ୍ର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଉପର ପାଙ୍ଗା ପଞ୍ଚାୟତର ଶିକାରୀ ଗ୍ରାମ ନିକଟ ଜଙ୍ଗଲରୁ ପ୍ରାୟ ୮ କୁଇଣ୍ଟାଲ ୨୫ କେଜି ଗଞ୍ଜେଇ ଜବତ କରାଯାଇଛି। ଜଙ୍ଗଲ ମଧ୍ୟରେ ଥିବା ଏକ କୁଡ଼ିଆ ଘରେ ଚଢ଼ଉ କରି ଏହି ଗଞ୍ଜେଇ ଜବତ କରିଛି ଫିରିଙ୍ଗିଆ ଥାନା ପୋଲିସ।

ଶିକାରୀ ଗ୍ରାମ ନିକଟ ଜଙ୍ଗଲରେ ଗଞ୍ଜେଇ ଚୋରାରେ ଚାଲାଣ ହେବା ପାଇଁ ରଖାଯାଇଥିବା ପୋଲିସ ଖବର ପାଇବା ପରେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକଙ୍କ ନେତୃତ୍ଵରେ ଏକ ଟିମ୍ ଜଙ୍ଗଲରେ ଚଢ଼ଉ କରିଥିଲା। ଜଙ୍ଗଲ ମଧ୍ୟରେ ଥିବା ଏକ  କୁଡ଼ିଆ ଘରେ ତଲାସି କରିବା ସମୟରେ ସେଠାରୁ ପ୍ରାୟ ୮ କୁଇଣ୍ଟାଲ ୨୫ କେଜିର ଗଞ୍ଜେଇ ଜବତ କରାଯାଇଥିଲା।

ପୋଲିସ ଚଢ଼ଉ ସମ୍ପର୍କରେ ଖବର ପାଇ ଗଞ୍ଜେଇ ଚୋରା କାରବାରରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନେ ଫେରାର ହୋଇ ଯାଇଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଭିଯୁକ୍ତମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଫିରିଙ୍ଗିଆ ଥାନା ଅଧିକାରୀ।

Tags: #Kandhamal #PhiringiaPoliceStation #GanjaSeized

Comment