ଓଡ଼ିଶାଲାଇଭ୍ ବ୍ୟୁରୋ

ଡହଡହ ଖରାରେ ଜଳୁଛି ଓଡ଼ିଶା। ରାଜ୍ୟରେ କାଳବୈଶାଖୀ ପ୍ରଭାବ କମିଥିବାବେଳେ ତାପମାତ୍ରା ବୃଦ୍ଧି ପାଇଛି। ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ-ଗରମ ବାୟୁ ପ୍ରଭାବରେ ତାପମାତ୍ରା ଆହୁରି ବଢ଼ିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସୋମବାର ସକାଳ ୮ଟା ପରଠାରୁ ପ୍ରବଳ ଖରା ଅନୁଭୂତ ହୋଇଛି।

ଆଗାମୀ ୨ରୁ ୩ ଦିନ ରାଜ୍ୟର କେତେକ ସ୍ଥାନରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭବନା ରହିଛି। ଆଜି ରାଜଧାନୀ ଭୁବନେଶ୍ଵରରେ ସକାଳ ୮ଟା ୩୦ ମିନିଟ ସୁଦ୍ଧା ତାପମାତ୍ରା ୩୧ ଡିଗ୍ରୀ ରେକର୍ଡ କରାଯାଇଛି।

ସୋମବାର ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ଵରର ତାପମାତ୍ରା ୩୭.୨ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଝାରସୁଗୁଡ଼ାରେ ୩୭.୨ ଡିଗ୍ରୀ, ଚାନ୍ଦବାଲିରେ ୩୭ ଡିଗ୍ରୀ, ବାଲେଶ୍ଵର ଓ ସମ୍ବଲପୁରରେ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ହରାକୁଦରେ ୩୫.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ କେନ୍ଦୁଝର ଓ ଗୋପାଳପୁରରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ଏହା ସହିତ ପୁରୀରେ ୩୪ ଡିଗ୍ରୀ ଓ ପାରାଦୀପରେ ୩୨.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆଗକୁ ଆହୁରି ଖରାର ପ୍ରକୋପ ବୃଦ୍ଧି ପାଇବାର ସମ୍ଭବନା ରହିଛି।

Tags: #Weather #TemperatureRisinginOdisha #Bhubaneswar #Mcbbsr

Comment