ଓଡ଼ିଶାଲାଇଭ୍ ବ୍ୟୁରୋ

କିଟ ବିଶ୍ୱବିଦ୍ୟାଳୟ ଫ୍ୟାସନ ସ୍କୁଲ୍ ଛାତ୍ରୀ ତ୍ରିଷ୍ଣା ରାୟ ଚଳିତ ବର୍ଷର ମିସ ଟିନ ୟୁନିଭର୍ସ ଇଣ୍ଡିଆ-୨୦୨୩ ଟାଇଟଲ ହାସଲ କରିଛନ୍ତି। ଏପ୍ରିଲ ୬ରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନର ଜୟପୁରଠାରେ ଆୟୋଜିତ ନ୍ୟାସନାଲ ପେଜେଣ୍ଟ ଅଫ ମିସ ଟିନ ଦିଭା ପ୍ରତିଯୋଗିତାରେ ତ୍ରିଷ୍ଣା ଅଂଶ ଗ୍ରହଣ କରି ଶ୍ରେଷ୍ଠ ବିବେଚିତ ହୋଇଥିଲେ।

ବ୍ୟୁଟି ଉଇଥ୍ ବ୍ରେନ, ରାମ୍ପ ୱାକ, ସ୍ପିଚ୍‌ ରାଉଣ୍ଡ ଓ ‘ମିସ ଟିନ ଇଣ୍ଡିଆ ଇଷ୍ଟ’ ଆଦି ପର୍ଯ୍ୟାୟରେ ଶ୍ରେଷ୍ଠ ପ୍ରଦର୍ଶନ କରି ମିସ ଟିନ ୟୁନିଭର୍ସ ଇଣ୍ଡିଆ-୨୦୨୩ ଟାଇଟଲ୍‌ ହାସଲ କରିଛନ୍ତି।

ଏହାପରେ ସେ ଅନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରିବେ। ଗ୍ଲାମ୍ ଆନନ୍ଦ ପ୍ରାଇଭେଟ ଲିମିଟେଡ ଓ ଭାରତ ୨୪ ଚ୍ୟାନେଲର ମିଳିତ ସହଯୋଗରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ତ୍ରିଷ୍ଣାଙ୍କ ସଫଳତାରେ ତାଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ।

Tags: #TrishnaRoy #KIITFashionTechnologyStudent #MissTeenUniverseIndia

Comment