ଓଡ଼ିଶାଲାଇଭ୍ ବ୍ୟୁରୋ

(ଫୁଲବାଣୀରୁ ସଦାଶିବ ପାତ୍ର): କ୍ରାଇମବ୍ରାଞ୍ଚର ସ୍ପେସାଲ ଟାସ୍କ ଫୋର୍ସ (ଏସଟିଏଫ) ଜାଲରେ ଛନ୍ଦି ହୋଇଛନ୍ତି ବାଘ ଛାଲ ବେପାରୀ। ଗୋଟିଏ କଲରାପତରିଆ ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବାବେଳେ ଏସଟିଏଫ ହାବୁଡ଼ରେ ପଡ଼ିଛନ୍ତି ଦୁଇ ଅଭିଯୁକ୍ତ।

କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଆରାପାଯୁ ଗାଁ ନିକଟରେ ବାଘ ଛାଲ ବିକ୍ରି ପାଇଁ ଡିଲ ଖବର ପାଇଥିଲା ଏସଟିଏଫ। ଏହା ପରେ କ୍ରାଇମବ୍ରାଞ୍ଚର ସ୍ପେସାଲ ଟାସ୍କ ଫୋର୍ସ ଅତର୍କିତ ଚଢ଼ଉ କରି ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତଙ୍କଠାରୁ ଗୋଟିଏ କଲରାପତରିଆ ବାଘଛାଲ ଜବତ କରାଯାଇଥିଲା। ତେବେ ବାଘ ଛାଲ ଗ୍ରାହକ ଜଣକ ଖସିପଳାଇବାରେ ସଫଳ ହୋଇଛନ୍ତି।

ଏହି ବାଘ ଛାଲ ବିକ୍ରି ପାଇଁ ୧୦ ଲକ୍ଷ ଟଙ୍କାର ଡିଲ୍ ଚାଲିଥିଲା। ଗିରଫ ଦୁଇ ଅଭିଯୁକ୍ତ ହେଲେ ଅରାପାଯୁ ଗାଁର ସୁଜିତ ରଜସ୍ଵଦୀପ ଓ ଧନଞ୍ଜୟ ବେହେରା। ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

Tags: #Leopard #LeopardSkin #CrimebranchSTF #Kandhamal

Comment