ଓଡ଼ିଶାଲାଇଭ୍ ବ୍ୟୁରୋ

ପଦାରେ ପଡ଼ିଲା ରାଜାଘର କଳି। ବଲାଙ୍ଗୀରର ପ୍ରତିଷ୍ଠିତ ରାଜ ପରିବାର ବିରୋଧରେ ଆସିଛି ପାରିବାରିକ ହିଂସା ଅଭିଯୋଗ। ଥାନରେ ପହଞ୍ଚିଛି ଏହି ଘଟଣା।

ଅନଙ୍ଗ ଉଦୟ ସିଂ ଦେଓଙ୍କ ସାନ ପୁଅ ଅର୍କେଶ ସିଂ ଦେଓଙ୍କ ବିରୋଧରେ ତାଙ୍କ ପତ୍ନୀ ଅଦ୍ରିଜା ମଞ୍ଜରୀ ସିଂ ଥାନାରେ ଅଭିଯୋଗ କରିଛନ୍ତି। କେବଳ ଅର୍କେଶ ନୁହନ୍ତି ଶ୍ୱଶୁର ଘରର ସମସ୍ତ ସଦସ୍ୟଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ଅଜିଦ୍ରା। ଯୌତୁକ ନିର୍ଯାତନା ସହ ପାରିବାରିକ ହିଂସା ଅଭିଯୋଗ ଆଣିଛନ୍ତି ଅଜିଦ୍ରା।

ପତ୍ନୀ ଅଦ୍ରିଜାଙ୍କ ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି ଅର୍କେଶ ସିଂ ଦେଓ। ସେ କହିଛନ୍ତି, “୬/୮ ମାସ ତଳେ ଅଜିଦ୍ରା ମୋ ବିରୋଧରେ ଘରୋଇ ହିଂସା ମାମଲା କରିଛନ୍ତି। କେଶ ଫାଇଲ ହେବା ପରେ ମୁଁ ସେ ଘର ଛାଡ଼ି ଦେଇଛି। ସେ ଘରେ ଦୁଇବର୍ଷ ହେଲା ତାଙ୍କ ଭଉଣୀ ରହୁଛନ୍ତି। ତାଙ୍କ ବାପା ମଧ୍ୟ ମାସକୁ ୧୫ରୁ ୨୦ ଦିନ ସେଠାରେ ରହୁଛନ୍ତି। ତାଙ୍କ ବାପାଙ୍କର ଜମି ମାଫିଆଙ୍କ ସହ ଘନିଷ୍ଠତା ରହିଛି। ସେ ଯେତେବେଳେ ଘରକୁ ଆସନ୍ତି ୧୦ ଜଣ ଗୁଣ୍ଡାଙ୍କୁ ସାଙ୍ଗରେ ଆଣନ୍ତି। ଏ ସମ୍ପର୍କରେ ପ୍ରଶ୍ନ କରିବାରୁ ଅଜିଦ୍ରାଙ୍କ ବାପା କହିଥିଲେ ୧୦ କ’ଣ ୧୦୦ ଗୁଣ୍ଡା ନେଇକି ଆସିବି।”

ଅର୍କେଶ ଆହୁରି ଅଭିଯୋଗ କରିଛନ୍ତି ଯେ, ଅଜିଦ୍ରାଙ୍କ ବାପା ୩/୪ ଦିନ ତଳେ ତାଙ୍କ ନିକଟରେ କିଛି ଡିମାଣ୍ଡ ରଖିଥିଲେ। ଏହି ଡିମାଣ୍ଡ ତାଙ୍କ କାପାବିଲିଟିଠାରୁ ବହୁତ ଅଧିକ ବୋଲି ଅର୍କେଶ କହିଛନ୍ତି। ସେ କହିଛନ୍ତି ମାମଲା ବିଚାରାଧୀନ ରହିଛି କୋର୍ଟ ଯାହା ନିଷ୍ପତ୍ତି ନେବେ ତାକୁ ସେ ଗ୍ରହଣ କରିବେ। କିନ୍ତୁ ସେ ଆମ ଉପରେ ଚାପ ପକାଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଅର୍କେଶ।  

ଅଜିଦ୍ରା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଅର୍କେଶଙ୍କ ପରିବାର ତାଙ୍କୁ ୫ ବର୍ଷ ହେଲା ମାନସିକ ନିର୍ଯାତନା ଦେଇଆସୁଛନ୍ତି। ତାଙ୍କ ବେଡରୁମରେ କ୍ୟାମେରା ଲଗାଯିବା ସହ ତାଙ୍କୁ ହତ୍ୟା ଧମକ ମଧ୍ୟ ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି ଅଜିଦ୍ରା।

ଏ ସମ୍ପର୍କରେ ଅର୍କେଶ କହିଛନ୍ତି ଯେ, ପୋଲିସ ପରାମର୍ଶରେ ସେ ସେଠାରେ ସିସିଟିଭି ଲଗାଇଥିଲେ। ତାଙ୍କର ଏବଂ ଅଜିଦ୍ରାଙ୍କ ସୁରକ୍ଷା ଦୃଷ୍ଟିରୁ ସେ ଏହା କରିଥିଲେ। କିନ୍ତୁ ଅଜିଦ୍ରାଙ୍କ ବାପା ସିସିଟିଭି ତାର କାଟିବା ସହ କ୍ୟାମେରା ଭାଙ୍ଗି ଦେଇଥିଲେ।

Tags: #Balangir #ArkeshSinghDeo #AjidraManjariSinghDeo #DomesticViolenceCase

Comment