ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ବାଘ ଛାଲ ଡିଲକୁ ପଣ୍ଡ କରିବା ସହ ଜଣଙ୍କୁ ଗିରଫ କଲା ଓଡ଼ିଶା ପୋଲିସର ସ୍ପେସାଲ ଟାସ୍କ ଫୋର୍ସ (ଏସଟିଏଫ୍)। ଗିରଫ ଅଭିଯୁକ୍ତ ହେଲେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଳକ ଟିକିରି ଥାନା ଅନ୍ତର୍ଗତ ନାକଟିଗୁଡ଼ା ଗାଁର ଡମ୍ବରୁଧର ମାଝି। ଉଦ୍ଧାର ହୋଇଥିବା ୩ଟି କଲରାପତରିଆ ବାଘ ଛାଲକୁ ପରୀକ୍ଷା ନିମନ୍ତେ ଡେରାଡୁନସ୍ଥିତ ବନ୍ୟଜନ୍ତୁ ପରୀକ୍ଷାଗାରକୁ ପଠାଯିବ ବୋଲି ଏସ୍‌ଟିଏଫ୍ ପକ୍ଷରୁ କହୁଯାଇଛି।

ରାୟଗଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଶିରିଗୁଡ଼ା ନିକଟ ସ୍ୱର୍ଗଧାମ ଛକଠାରେ ଗତ ୨୪ ତାରିଖରେ ଡମ୍ବୁରୁଧର ମାଝି ୩ଟି କଲରାପତରିଆ ବାଘର ଛାଲ ଧରି ଗ୍ରାହକଙ୍କୁ ଅପେକ୍ଷା କରିଥିଲେ। ଏ ସମ୍ପର୍କରେ ସୂଚନା ପାଇ ଚଢ଼ଉ କରିଥିଲା ଏସଟିଏଫ। ବାଘ ଶିକାର କରି ଛାଲ ବିକ୍ରି କରିବା ଅଭିଯୋଗରେ ଡମ୍ବରୁଧର ମାଝିଙ୍କୁ ଗିରଫ କରାଯାଇଥିବାବେଳେ ତାଙ୍କଠାରୁ ୩ଟି କଲରାପତରିଆ ବାଘଛାଲ ଜବତ କରାଯାଇଛି।

ରାୟଗଡ଼ା ଜିଲ୍ଲା ପୋଲିସ ଗତ ମାର୍ଚ୍ଚ ୩୧ ତାରିଖରେ ପଦ୍ମପୁର ଥାନା ଅନ୍ତର୍ଗତ ନାରାୟଣପୁର ଜଙ୍ଗଲ ନିକଟରୁ ଗୋଟିଏ କଲରାପତରିଆ ବାଘଛାଲ ଜବତ କରିଥିବାବେଳେ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା।

Tags: #Rayagada #LeopardSkin #Arrest

 

Comment