ଓଡ଼ିଶାଲାଇଭ୍ ବ୍ୟୁରୋ

ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ନିକଟ ସମୁଦ୍ରକୁ ୫ ଜଣ ଛାତ୍ରୀ ଗୁରୁବାର ଦିନ ଗାଧୋଇବାକୁ ଯାଇଥିବା ବେଳେ ୨ ଜଣ ଭାସି ଯାଇଥିଲେ। ଭାସି ଯାଇଥିବା ଛାତ୍ରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ନିଖୋଜ ରହିଛନ୍ତି। ମୃତ ଛାତ୍ରୀ ହେଉଛନ୍ତି ସ୍ୱପ୍ନାରାଣୀ ପଣ୍ଡିତ। ନିଖୋଜ ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି।

ନିଖୋଜ ଛାତ୍ରୀ ପ୍ରଜ୍ଞାରାଣୀ ତ୍ରିପାଠୀଙ୍କୁ ଖୋଜିବା ପାଇଁ ପଇଁନ୍ତରାମାରୁଛି ଏୟାରକ୍ରାଫ୍ଟ। ଛାତ୍ରୀଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବାକୁ ଭୁବନେଶ୍ଵରରୁ ଆର୍ଯ୍ୟପଲ୍ଲୀ ପହଞ୍ଚିଛି ଏୟାରକ୍ରାଫ୍ଟ। ପ୍ରଜ୍ଞାଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ପ୍ରଜ୍ଞାଙ୍କ ଘର ଶେରଗଡ଼ ବୋଲି ଜଣାପଡ଼ିଛି।

ଗୁରୁବାର ସକାଳେ ୫ ଜଣ ଛାତ୍ରୀ ଆର୍ଯ୍ୟପଲ୍ଲୀ ନିକଟରେ ଥିବା ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସମସ୍ତେ ଭାସି ଯାଇଥିଲେ। ସ୍ଥାନୀୟ ଲୋକ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ୩ ଜଣ ଛାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଅନ୍ୟ ଦୁଇଜଣ ପ୍ରଜ୍ଞା ଏବଂ ସ୍ୱପ୍ନାଙ୍କୁ ଉଦ୍ଧାର କରାଯାଇପାରି ନଥିଲା। ଦୀର୍ଘ ସମୟର ଚେଷ୍ଟା ପରେ ସ୍ୱପ୍ନାଙ୍କର ମୃତ ଦେହ ଉଦ୍ଧାର କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ନିଖୋଜ ରହିଛନ୍ତି ପ୍ରଜ୍ଞା।

ପ୍ରଜ୍ଞାଙ୍କୁ ଉଦ୍ଧାର କରିବା ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରହିଥିବାବେଳେ ଭୁବନେଶ୍ଵରରୁ ଯାଇଥିବା ଏୟାରକ୍ରାଫ୍ଟ ଏଥିରେ ନୟୋଜିତ ହୋଇଛି।

Tags: #Ganjam #Aryapalli #StudentsDrowns #RescueOperation

Comment