ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାନଗା ଟ୍ରେନ ଟ୍ରାଜେଡିକୁ ନେଇ ଲୋକଙ୍କ ମନରୁ ଭୟ ନଯାଉଣୁ ବୁଧବାର ଦିନ ପୁଣି ଟ୍ରେନ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି ଯାଜପୁର ରୋଡ ଷ୍ଟେସନ ନିକଟରେ।

ଆଜି ଝଡ଼ ବର୍ଷାରୁ ରକ୍ଷା ପାଇବା ପାଇଁ ସେଫ୍ଟି ଲାଇନରେ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରେନ ନିକଟରେ ଆଶ୍ରୟ ନେଇଥିଲେ କିଛି ଶ୍ରମିକ। ହଠାତ୍ ମାଲବାହୀ ଟ୍ରେନଟି ଗଡ଼ିଯାଇଥିଲା। ଫଳରେ ଚକାତଳେ ଚାପି ହୋଇଯାଇଥିଲେ ଆଶ୍ରୟ ନେଇଥିବା ଶ୍ରମିକମାନେ। ସ୍ଥାନୀୟ ଲୋକ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ପରେ ସେମାନଙ୍କ ମଧ୍ୟରୁ ଆଉ ୩ ଜଣଙ୍କର ମୃତ୍ୟୁ ହୋଇଛି। ଚିକିତ୍ସାଧୀନ ବ୍ୟକ୍ତିଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି।

Tags: #TrainAccident #Jajpur #SixDeadinTrainAccident #TrainAccidentInOdisha

Comment