ଓଡ଼ିଶାଲାଇଭ୍ ବ୍ୟୁରୋ

ଥମୁନି ମଣିପୁର ହିଂସା। ପ୍ରାୟ ଦୁଇ ମାସ ପୂର୍ବରୁ ଜାତିକୁ ନେଇ ମଣିପୁରରେ ଦେଖା ଦେଇଥିବା ହିଂସା ଏବେ ସୁଦ୍ଧା ଥମିନାହିଁ। ମଣିପୁରର କେତେକ ଅଞ୍ଚଳରୁ ହିଂସାକାଣ୍ଡର ଖବର ପ୍ରତିଦିନ ଆସୁଛି। ଗୁରୁବାର ଦିନ ଇମ୍ଫାଲ ପଶ୍ଚିମ ଜିଲ୍ଲାର ଏକ ସ୍କୁଲ ବାହାରେ ଜଣେ ମହିଳାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଜାରି ରହିଛି।

ଜଣେ ମହିଳା ଗୁରୁବାର ଦିନ ଶିଶୁ ନିକେତନ ସ୍କୁଲ ବାହାରେ ଛିଡ଼ା ହୋଇଥିବା ସମୟରେ ଜଣେ ଅଜ୍ଞାତ ଯୁବକ ଆସି ତାଙ୍କ ଉପରକୁ ଅତର୍କିତ ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ମହିଳାଙ୍କର ମୃତ୍ୟୁ ହୋଇଥିବା କହିଛି ଇମ୍ଫାଲ ପୋଲିସ।

ରାଜ୍ୟରେ ହିଂସାକାଣ୍ଡ ଜାରି ରହିଥିବାରୁ ଏଠାରେ ଆସନ୍ତା ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବାକୁ ପନ୍ଦ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ହୋଇଛି।

ମେ’ ୩ରେ ଆରମ୍ଭ ହୋଇଥିଲା ମଣିପୁର ହିଂସା

ମୈତେଇ ସମ୍ପ୍ରଦାୟଙ୍କୁ ଅନୁସୂଚିତ ଜାତି ମାନ୍ୟତା ପ୍ରଦାନ କରିବା ଦାବିକୁ ବିରୋଧ କରି ଗତ ମେ’ ୩ ତାରିଖରେ ପାହାଡ଼ି ଜିଲ୍ଲାଗୁଡ଼ିକରେ ‘ଆଦିବାସୀ ଏକତା ମୋର୍ଚ୍ଚା’ ଆୟୋଜନ କରାଯାଇଥିଲା। ଏହି ସମୟରେ ରାଜ୍ୟରେ ପ୍ରଥମ ଥର ପାଇଁ ହିଂସାକାଣ୍ଡର ସୂତ୍ରପାତ ହୋଇଥିଲା। ଏହି ହିଂସାକାଣ୍ଡ ଯୋଗୁଁ ୧୦୦ରୁ ଊର୍ଦ୍ଧ୍ଵ ଲୋକଙ୍କର ଜୀବନ ଯାଇଥିବାବେଳେ ଶତାଧିକ ଆହତ ହୋଇଥିଲେ। କେବଳ ସେତିକି ନୁହେଁ ଏବେ ଶହ ଶହ ସଂଖ୍ୟାରେ ଲୋକ ରିଲିଫ କ୍ୟାମ୍ପରେ ଶରଣ ନେଇଛନ୍ତି।

Tags: #ManipurViolence #WomanDead #Imphal

Comment