ଓଡ଼ିଶାଲାଇଭ୍ ବ୍ୟୁରୋ

ଉପରମୁଣ୍ଡରେ ବର୍ଷା ଯୋଗୁଁ ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ରବିବାର ଦିନ ୫ଟି ଗେଟ୍ ଖୋଲାଯାଇ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଥିବାବେଳେ ସୋମବାର ଦିନ ଆଉ ୩ଟି ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି।

ରବିବାର ଦିନ ପ୍ରଥମେ ୭ ନମ୍ବର ଗେଟ୍ ଖୋଲାଯିବା ପରେ ପର୍ଯ୍ୟାୟକ୍ରମେ ଅନ୍ୟ ୪ଟି ଗେଟ୍ ଖୋଲାଯାଇଥିଲା। ଜଳ ନିଷ୍କାସନ ପୂର୍ବରୁ ତଳମୁଣ୍ଡରେ ଥିବା ମହାନଦୀ ଏବଂ ତା’ର ଶାଖାନଦୀ ଅବବାହିକାରେ ଥିବା ୧୩ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ଲାଗି ପରାମର୍ଶ ଦିଆଯାଇଥିଲା।

Tags: #HirakudDam #HirakudDamGate #FloodWater #FiveGate

Comment