ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ଜଣେ ନାବାଳକ ଶୋଇଥିବାବେଳେ ଘରେ ପଶି ହାଣିଚାଲେ ଯୁବକ। ଏହି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ଅନ୍ତର୍ଗତ ମସିନାଗୋରା ଗ୍ରାମରେ।

ମସିଣାଗୋରା ଗ୍ରାମର ପ୍ରକାଶ ଖଟୁଆଙ୍କ ପୁଅ ବିକି ଘରେ ଶୋଇଥିଲାବେଳେ ବୁଧବାର ବିଳମ୍ୱିତ ରାତିରେ ସେହି ଗ୍ରାମର ଦିଲ୍ଲୀପ କର୍ମୀ ଘର ଭିତରେ ପଶି ଏକ ଭୂଜାଲିରେ ଆକ୍ରମଣ କରିଥିଲେ। ବିକିଙ୍କ ବେକ, ଛାତି, ମୁଣ୍ଡ ଓ ହାତକୁ ବାରମ୍ବାର ଆଘାତ କରିଚାଲିଥିଲେ। ନିଜ ଜୀବନ ବଞ୍ଚାଇବାକୁ ବିକି ଚିତ୍କାର କରିବାରୁ ଘର ଲୋକ ଉଠିବା ଦେଖି ଅଭିଯୁକ୍ତ ଦିଲ୍ଲୀପ ସେଠାରୁ ଫେରାର ହୋଇଯାଇଥିଲେ।

ପରିବାର ଲୋକେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବିକିଙ୍କୁ ଉଦ୍ଧାର କରି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ବିକିଙ୍କୁ ଆକ୍ରମଣ କରାଯିବା ନେଇ ଗୁରୁବାର ଦିନ ପ୍ରକାଶ ଖଟୁଆ ଘଣ୍ଟାପଡ଼ା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରିଛି। ଗିରଫ ଭୟରେ ଅଭିଯୁକ୍ତ ଦିଲ୍ଲୀପ ଫେରାର ହୋଇଯାଇଛି। ଅଭିଯୁକ୍ତକୁ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି।

Tags: #Boudh #Attack #MinorBoySeriouslyInjured #PoliceCase

Comment