ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ରାୟଗଡ଼ା ବନଖଣ୍ଡ ଅଧିକାରୀ (ଡିଏଫଓ) ବିଜୟ କୁମାର ପରିଡ଼ାଙ୍କ ସରକାରୀ ବାସଭବନ ସମେତ ୭ଟି ସ୍ଥାନରେ ଚଢ଼ଉ କରିଛି ସ୍ଵତନ୍ତ୍ର ଭିଜିଲାନ୍ସ ଟିମ୍। ଭିଜିଲାନ୍ସ ଡିଏସପି ସନ୍ଧ୍ୟାରାଣୀ ସାହୁଙ୍କ ନେତୃତ୍ୱରେ ଭିଜିଲାନ୍ସ ବିଭାଗର ୫ ଜଣିଆ ଟିମ୍ ଚଢାଉ ଜାରି ରଖିଛନ୍ତି। ଗୁରୁବାର ସକାଳୁ ଏହି ଚଢ଼ଉ ଆରମ୍ଭ ହୋଇଛି।

ଚଢ଼ଉ ସମୟରେ ରାୟଗଡ଼ାର କୋଟିପତି ଡିଏଫ୍ଓ ବିଜୟ ପରିଡ଼ାଙ୍କ ଅମାପ ସମ୍ପତ୍ତି ଠାବ ହୋଇଛି। କଟକରେ ୧.୮ କୋଟି ଟଙ୍କାର ୪ ମହଲା ବିଶିଷ୍ଟ ଘର, ଭୁବନେଶ୍ଵରର ରସୁଲଗଡ଼ରେ ୩ ମହଲା କୋଠା, ପଟିଆରେ ଗୋଟିଏ ଫ୍ଲାଟ ଠାବ ହୋଇଛି। ଏହାସହ ଭୁବନେଶ୍ଵର, ପୁରୀ, କଟକ ଏବଂ ଯାଜପୁରରେ ୮ଟି ପ୍ଲଟ ଠାବ କରାଯାଇଛି।

ନଗଦ ୧ ଲକ୍ଷ ୨୪ ହଜାର ଟଙ୍କା, ଗୋଟିଏ କାର୍ ଓ ୨ଟି ବାଇକ, ବୀମା ରଦିସ ଓ ବଣ୍ଡ ଆଦି ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ଟିମ୍। ସେହିଭଳି ରାୟଗଡ଼ା ସହରର ୪ଟି ବ୍ୟାଙ୍କରେ ୬ ଲକ୍ଷ ଟଙ୍କା ଜମା ରହିଥିବା ଓ ଅନ୍ୟାନ୍ୟ ସ୍ଥାନରେ ଜମି, ଘର ଠାବ କରାଯାଇଛି। ଏଥିସହ ସରକାରୀ ବାସଭବନରେ ସୁନା ଓ ରୂପା ଅଳଙ୍କାର ସମେତ ନଗଦ ଟଙ୍କା ମିଳିଛି। କୁବେର ଡିଏଫଓଙ୍କ ସମ୍ପତି ଠାବ କରିବାକୁ ଲାଗି ପଡ଼ିଛି ଭିଜିଲାନ୍ସ ଟିମ।

Tags: #VigilanceRaid #RayagadaDFO #VigilanceTrap #VijayKumarParida

Comment