ଓଡ଼ିଶାଲାଇଭ୍ ବ୍ୟୁରୋ

ଜଣେ ଯୁବକଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ବାଙ୍କୀ ଥାନା ଏଏସଆଇ ମଧୁସ୍ମିତା ବେହେରା।

ଜଣେ ଯୁବକଙ୍କ ଆକ୍ରମଣରେ ଆହତ ହୋଇଛନ୍ତି ବାଙ୍କୀ ଥାନା ଏଏସଆଇ ମଧୁସ୍ମିତା ବେହେରା। ସିମିଳିପୁର ସ୍କୁଲ ପଡ଼ିଆରେ ଯୁବକ ଜଣକ ଏହି କାଣ୍ଡ ଘଟାଇଛନ୍ତି। ଆହତ ମହିଳା ଏଏସଆଇଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଶୁକ୍ରବାର ଦିନ ବାଙ୍କୀ ବଜାରରେ ସରୋଜ ଦାସ ନାମକ ଜଣେ ଯୁବକ ମାରଣାସ୍ତ୍ର ଧରି ଲୋକଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଉଥିଲେ। ଏ ସମ୍ପର୍କରେ ଖବର ପାଇବା ପରେ ମଙ୍ଗଳବାର ଦିନ ସରୋଜଙ୍କୁ କାବୁ କରିବା ପାଇଁ ସିମିଳିପୁର ସ୍କୁଲ ପଡ଼ିଆ ନିକଟରେ ପହଞ୍ଚି ଥିଲା ବାଙ୍କୀ ପୋଲିସ।

ସରୋଜଙ୍କୁ ଧରିବାକୁ ଚେଷ୍ଟା କରୁଥିବାବେଳେ ସେ ଏଏସଆଇ ମଧୁସ୍ମିତା ବେହେରାଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଏଏସଆଇ ଗୁରୁତର ଭାବେ ଆହତ ହୋଇଥିଲେ। ଅଭିଯୁକ୍ତ ସରୋଜ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ବୋଲି ଜଣାପଡ଼ିଛି।

Tags: #BankiPolice #Attack #WomanPoliceInjured #MadhusmitaBehera

Comment