ଓଡ଼ିଶାଲାଇଭ୍ ବ୍ୟୁରୋ

Bus-kolkata bus

ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଅବିଭକ୍ତ କୋରାପୁଟ ଜିଲ୍ଲାରେ ବନ୍ଦ ଡାକରା ଦିଆଯାଇଛି। ମାଲକାନଗିରି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୋମବାର ଦିନ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରାଯାଇଛି।

ସୋମବାର ଦିନ ବନ୍ଦ ଡାକରା ଯୋଗୁଁ ମାଲକାନଗିରି ସମେତ ରାୟଗଡ଼ା, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାକୁ ବେସରକାରୀ ବସ ଚଳାଚଳ ପ୍ରଭାବିତ ହୋଇଛି।

ଅନ୍ୟ ପକ୍ଷରେ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ଆସନ୍ତା ଅକ୍ଟୋବର ୧୦ ତାରିଖରୁ ଅନିର୍ଦିଷ୍ଟକାଳ ପର୍ଯ୍ୟନ୍ତ ଧର୍ମଘଟ ଡାକରା ଦେଇଛି। ପରିବହନ କମିଶନର ବସ ମାଲିକମାନଙ୍କୁ ଡାକି ଆଲୋଚନା କରିଥିଲେ ମଧ୍ୟ ବସ୍ ମାଲିକ ସଂଘ ଆନ୍ଦୋଳନ କରିବାକୁ ଅଡ଼ି ବସିଛନ୍ତି।

LEAVE A REPLY

Please enter your comment!
Please enter your name here