ଓଡ଼ିଶାଲାଇଭ୍ ବ୍ୟୁରୋ

ଶୁକ୍ରବାରଠାରୁ ରାଜ୍ୟରେ ଗଡ଼ିବନି ଘରୋଇ ବସ୍। ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସ୍ ଧର୍ମଘଟ ଜାରି ରହିବ ବୋଲି ସୂଚନା ଦେଇଛି ଘରୋଇ ବସ ମାଲିକ ସଂଘ।

‘ଲକ୍ଷ୍ମୀ’ ଯୋଜନା ବସ୍ ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ଚଳାଚଳ କରୁଥିବାରୁ ଏହାକୁ ବିରୋଧ କରି ଅକ୍ଟୋବର ୨୦ ତାରିଖଠାରୁ ବସ୍ ଧର୍ମଘଟ କରିବା ଲାଗି ଘୋଷଣା କରିଥିଲା ଘରୋଇ ବସ ମାଲିକ ସଂଘ। ଏହାକୁ ନେଇ ଗୁରୁବାର ଦିନ ଘରୋଇ ବସ୍ ମାଲିକ ସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। କିନ୍ତୁ ସରକାରଙ୍କ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ନମିଳିବାରୁ ଶୁକ୍ରବାର ସକାଳ ୬ଟାରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସ୍ ଧର୍ମଘଟ କରିବାକୁ ଘୋଷଣା କରାଯାଇଛି।

ବସ୍ ଧର୍ମଘଟ ଯୋଗୁଁ ବିଭିନ୍ନ ସ୍ଥାନକୁ ଯିବାକୁ ଆସିଥିବା ଅନେକ ଯାତ୍ରୀ ବସଷ୍ଟାଣ୍ଡରେ ଅଟକି ରହିଛନ୍ତି। ଦୂରସ୍ଥାନକୁ ଯିବାକୁ ଥିବା ବସଗୁଡ଼ିକ ଗୁରୁବାରଠାରୁ ଯାତାୟତ ବନ୍ଦ କରିଛି। ଫଳରେ ନିଜ ଗସ୍ତବ୍ୟସ୍ଥଳରେ ପହଞ୍ଚିବା ନେଇ ଯାତ୍ରୀମାନଙ୍କ ଚିନ୍ତା ବଢ଼ିଯାଇଛି।

ସରକାର ଏବଂ ବସ୍ ମାଲିକ ସଂଘ ମଧ୍ୟରେ ଲାଗିଥିବା ବିବାଦ ପାଇଁ ଆମେ କାହିଁକି ହଇରାଣ ହେବୁ ବୋଲି କିଛି ଯାତ୍ରୀ ପ୍ରଶ୍ନ କରିଛନ୍ତି।

Tas: #Odisha #BusStrike #privatebusstrike

Comment