ଓଡ଼ିଶାଲାଇଭ୍ ବ୍ୟୁରୋ

arrested

(ଫୁଲବାଣୀରୁ ସଦାଶିବ ପାତ୍ର): ମା’କୁ ହତ୍ୟା କରିବା ପରେ ଘର ଭିତରେ ପୋଡ଼ି ଦେଇଥିବା ଅଭିଯୋଗରେ ପୁଅକୁ ଗିରଫ କରିଛି ପୋଲିସ। ଏଭଳି ଅଭାବନୀୟ ଘଟଣା ଆସିଛି କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ବଡ଼ିମୁଣ୍ଡା ଖଜୁରୀ ସାହିରୁ। ଅଭିଯୁକ୍ତ ହେଉଛନ୍ତି ଫିଲିପ ନାୟକଙ୍କ ପୁଅ ସମୀର ନାୟକ।

କୌଣସି କାରଣକୁ ନେଇ ସମୀର ନିଜ ବୃଦ୍ଧା ମା’ଙ୍କୁ ମାରିବା ସହ ଘରେ ଥିବା ଆସବାବପତ୍ର ସହ ପୋଡ଼ି ଦେଇଥିଲେ। ଏହା ପରେ ସେ ପଡ଼ୋଶୀଙ୍କୁ ଗାଳିଗୁଲଜ କରିବା ସହ ସେମାନଙ୍କ ଘର ଉପରକୁ ପଥର ଫିଙ୍ଗିଥିଲେ। ଏହା ପରେ ଗ୍ରାମବାସୀ  ଅଭିଯୁକ୍ତ ସମୀରଙ୍କୁ କାବୁ କରି ଏକ ଖୁଣ୍ଟରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ। ଘୁ.ଉଦୟଗିରି ଏସଡିପିଓ ବିଜୟ କୁମାର ବିଶି, ଟିକାବାଲି ଥାନା ଅଧିକାରୀ କଲ୍ୟାଣିମୟୀ ଷେଣ୍ଢ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଅଭିଯୁକ୍ତକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିବାବେଳେ ଘଟଣାର ତଦନ୍ତ ଜାରି ରହିଛି। ଅଭିଯୁକ୍ତ ସମୀର ପୂର୍ବରୁ ଗାଁରେ ଗଣ୍ଡୋଗୋଳ କରି ୩ ବର୍ଷ ଜେଲଦଣ୍ଡ ଭୋଗି ଫେରିଥିଲେ।

LEAVE A REPLY

Please enter your comment!
Please enter your name here