ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି କ୍ରିକେଟ ବିଶ୍ଵକପରେ ଗୁରୁବାର ଚାଲିଛି ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା। ଏଥିରେ ଅଷ୍ଟ୍ରେଲିଆ ପ୍ରଥମେ ଟସ୍ ଜିତି ବୋଲିଂ କରୁଛି। ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ଏକାନା ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଛି।

ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଛି ଦକ୍ଷିଣ ଆଫ୍ରିକା। ଦଳ ପକ୍ଷରୁ ଓପନିଂ ଯୋଡ଼ି କ୍ୱିଣ୍ଟନ ଡି କକ୍ ଏବଂ ଅଧିନାୟକ ଟେମ୍ବା ବଭୁମା ଇନିଂସ୍ ଆରମ୍ଭ କରିଛନ୍ତି।

ମ୍ୟାଚରେ ୧୭ ଓଭର ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ଦଳ ବିନା କୌଣସି ୱିକେଟ ହରାଇ ୯୭ ରନ ସଂଗ୍ରହ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ ମିଚଲ୍ ଷ୍ଟାର୍କ ପ୍ରଥମେ ବୋଲିଂ ଆରମ୍ଭ କରିଥିଲେ। ଏହାପରେ ଦଳ ପକ୍ଷରୁ ଜଶ ହେଜେଲଉଡ, ଗ୍ଲେନ ମ୍ୟାକ୍ସୱେଲ ଓ ଅଧିନାୟକ ପ୍ୟାଟ୍ କମିନ୍ସ ବୋଲିଂ କରିଛନ୍ତି।

ତେବେ ଅଷ୍ଟ୍ରେଲିଆ ରବିବାର ନିଜର ପ୍ରଥମ ମ୍ୟାଚରେ ଭାରତଠାରୁ ପରାସ୍ତ ହୋଇଥିବାରୁ ଆଜିର ମ୍ୟାଚରେ ଦଳ ଉପରେ ଅଧିକ ଚାପ ରହିଛି। ଅନ୍ୟପଟେ ଦକ୍ଷିଣ ଆଫ୍ରିକା ନିଜର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ହରାଇଥିବାବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ମ୍ୟାଚ ଜିତି ନିଜ ସ୍ଥିତିକୁ ଆହୁରି ମଜବୁତ କରିବା ଲକ୍ଷ୍ୟରେ ରହିଛି।

ଅନ୍ୟପଟେ ଏହି ବିଶ୍ଵକପରେ ବୁଧବାର ଭାରତ ଆଫଗାନିସ୍ତାନ ବିପକ୍ଷରେ ବଡ଼ ବିଜୟ ହାସଲ କରିଛି। ମ୍ୟାଚରେ ଭାରତୀୟ ଦଳ ୩୫ ଓଭରରେ ୨୭୩ ରନର ଲକ୍ଷ୍ୟ ହାସଲ କରି ୮ ୱିକେଟରେ ଜିତିଥିଲା। ଦଳ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୧୩୧ ରନ କରିଥିଲେ।

ଶନିବାର ବିଶ୍ଵକପରେ ଭାରତ ନିଜର ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ଭେଟିବ। ଗୁଜରାଟର ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏହି ମ୍ୟାଚଟି ଖେଳାଯିବ।

Tags: #ICCCricketWorldCup #AustraliavsSouthAfrica #Cricket #Sports #ICC

Comment