ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି କ୍ରିକେଟ ବିଶ୍ଵକପରେ ସୋମବାର ଚାଲିଛି ଅଷ୍ଟ୍ରେଲିଆ-ଶ୍ରୀଲଙ୍କା ମଧ୍ୟରେ ମୁକାବିଲା। ଏଥିରେ ଶ୍ରୀଲଙ୍କା ପ୍ରଥମେ ଟସ୍ ଜିତି ବ୍ୟାଟିଂ କରୁଛି। ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ଏକାନା ଷ୍ଟାଡିୟମରେ ଏହି ମ୍ୟାଚଟି ଖେଳାଯାଉଛି।

ତେବେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଶ୍ରୀଲଙ୍କା ପକ୍ଷରୁ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ ପ୍ରମୁଥ ନିଶଙ୍କା ଓ କୁଶାଲ ପରେରା। ଉଭୟ ଭଲ ଖେଳ ପ୍ରଦର୍ଶନ କରି ପ୍ରଥମ ୱିକେଟ ପାଇଁ ୧୨୫ ରନର ପାର୍ଟନରସିପ କରିଥିଲେ। ଏହାପରେ ନିଶଙ୍କା ୬୧ ରନ କରି ଆଉଟ୍ ହୋଇଥିଲେ।

ନିଶଙ୍କାଙ୍କ ୱିକେଟ ପଡ଼ିବା ପରେ ଶ୍ରୀଲଙ୍କାର ବ୍ୟାଟିଂ ଟିକେ ଧିମା ହୋଇଥିବା ଦେଖିବାକୁ ମିଳିଛି। ମ୍ୟାଚରେ ୩୨ ଓଭର ଖେଳ ଶେଷ ସୁଦ୍ଧା ଦଳ ୪ଟି ୱିକେଟ ହରାଇ ୧୭୮ ରନ ସଂଗ୍ରହ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ ମିଚଲ୍ ଷ୍ଟାର୍କ ପ୍ରଥମେ ବୋଲିଂ ଆରମ୍ଭ କରିଥିଲେ। ଏହାପରେ ଦଳ ପକ୍ଷରୁ ଜଶ ହେଜେଲଉଡ, ଗ୍ଲେନ ମ୍ୟାକ୍ସୱେଲ ଓ ଅଧିନାୟକ ପ୍ୟାଟ୍ କମିନ୍ସ ବୋଲିଂ କରିଛନ୍ତି।

ତେବେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ଚଳିତ ବିଶ୍ଵକପରେ ନିଜର ପ୍ରଥମ ଦୁଇଟି ମ୍ୟାଚ ହାରିଥିବାରୁ ଉଭୟଙ୍କ ଉପରେ ସୋମବାରର ମ୍ୟାଚରେ ବହୁତ ଚାପ ରହିଛି। ଉଭୟ ଦଳ ନିଜର ପ୍ରଥମ ବିଜୟ ଲକ୍ଷ୍ୟରେ ଖେଳୁଛନ୍ତି।

  

ଅନ୍ୟପଟେ ବିଶ୍ଵକପରେ ରବିବାର ଆଫଗାନିସ୍ତାନ ଇଂଲଣ୍ଡ ବିପକ୍ଷରେ ବଡ଼ ବିଜୟ ହାସଲ କରିଛି। ମ୍ୟାଚରେ ଆଫଗାନିସ୍ତାନ ଦେଇଥିବା ୨୮୫ ରନର ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ଦଳ ୨୧୫ ରନରେ ଅଲଆଉଟ ହୋଇଥିଲା। ଆଫଗାନିସ୍ତାନ ପକ୍ଷରୁ ରହମାନୁହ୍ଲା ଗୁରବାଜ ସର୍ବାଧିକ ୮୦ ରନ କରିଥିବାବେଳେ ରସିଦ ଖାନ ଓ ମୁଜିବ ଉର ରହମାନ ୩ଟି ଲେଖାଏଁ ୱିକେଟ ନେଇଥିଲେ।  

Tags: #ICCCricketWorldCup #AustraliavsSriLanka #Cricket #Sports #ICC

Comment