ଓଡ଼ିଶାଲାଇଭ୍ ବ୍ୟୁରୋ

ଗଜପତି ଜିଲ୍ଲାରେ ଶୁକ୍ରବାର ଦିନ ‘ଲକ୍ଷ୍ମୀ’ ବସର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, “ମାଲକାନଗିରି ପରେ ଗଜପତି ଜିଲ୍ଲାରେ ‘ଲକ୍ଷ୍ମୀ’ ବସ୍ ଚାଲିବ। ଏହା ଦ୍ଵାରା ଜିଲ୍ଲାବାସୀଙ୍କ ଯାତ୍ରା ସୁଗମ ହେବା ସହ ପଞ୍ଚାୟତରୁ ବିକାଶରର ଧାରା ଆରମ୍ଭ ହେବ।

ଗଜପତି ଜିଲ୍ଲାର ୭ଟି ବ୍ଲକର ୧୨୬ଟି ପଞ୍ଚାୟତରେ ଚଳାଚଳ କରିବ ‘ଲକ୍ଷ୍ମୀ’ ବସ୍। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାକୁ ୩୬ଟି ‘ଲକ୍ଷ୍ମୀ’ ବସ୍ ଯୋଗାଇଛନ୍ତି ରାଜ୍ୟ ସରକାର।

ଏହା ପୂର୍ବରୁ ଅକ୍ଟୋବର ୧୨ ତାରିଖରେ ମାଲକାନଗିରି ଜିଲ୍ଲାରୁ ପ୍ରଥମ ଥର ‘ଲକ୍ଷ୍ମୀ’ ଯୋଜନାର ଶୁଭାରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୬ଟି ଜିଲ୍ଲାରେ ‘ଲକ୍ଷ୍ମୀ’ ଯୋଜନାରେ ବସ ସେବା ଆରମ୍ଭ ହେବ। ଏହି ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ଜଗପତି ଏବଂ କନ୍ଧମାଳ। ମାଲକାନଗିରି ଏବଂ ଗଜପତି ଜିଲ୍ଲାରେ ‘ଲକ୍ଷ୍ମୀ’ ଯୋଜନାର ଶୁଭାରମ୍ଭ ହୋଇଥିବାବେଳେ ଆଗକୁ ନବରଙ୍ଗପୁର, କୋରାପୁଟ, ରାୟଗଡ଼ା ଏବଂ କନ୍ଧମାଳ ଜିଲ୍ଲାରେ ଗଡ଼ିବ ‘ଲକ୍ଷ୍ମୀ’ ବସ୍।

Tags: #LAccMiyojanabus #LAccMibus #cmnaveenpatnaik #gajapati #transport #publictransport

LEAVE A REPLY

Please enter your comment!
Please enter your name here