ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧିନରେ ଥିବା ଭାରତୀୟ ଗୁଇନ୍ଦା ବିଭାଗ (ଆଇବି) ପକ୍ଷରୁ ମଲ୍ଟି ଟାସ୍କିଂ ଷ୍ଟାଫ’ ଓ ‘ସୁରକ୍ଷା ସହାୟକ (ଡ୍ରାଇଭର)’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏନେଇ ସଂସ୍ଥା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଭାରତର ବିଭିନ୍ନ ସ୍ଥାନରେ ଇଣ୍ଟେଲିଜେନ୍ସ ବ୍ୟୁରୋରେ ଖାଲିଥିବା ଏହି ୬୭୭ଟି ପଦବୀ ପାଇଁ ଏବେ ଅନଲାଇନ ଆବେଦନ ଜାରି ରହିଛି। ୧୩ ନଭେମ୍ବର ଆବେଦନର ଶେଷ ତାରିଖ।

ଆପଣମାନେ ଇଣ୍ଟେଲିଜେନ୍ସ ବ୍ୟୁରୋର ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ ସଂଖ୍ୟା

  • ସୁରକ୍ଷା ସହାୟକ (ଡ୍ରାଇଭର) – ୩୬୨
  • ମଲ୍ଟି ଟାସ୍କିଂ ଷ୍ଟାଫ – ୩୧୫
  • ମୋଟ ପଦବୀ – ୬୭୭

ଯୋଗ୍ୟତା

  • ସୁରକ୍ଷା ସହାୟକ (ଡ୍ରାଇଭର) ପଦବୀ ପାଇଁ ଆଶାୟୀ ପାର୍ଥୀମାନଙ୍କ ବୟସ ୧୮ ବର୍ଷରୁ ୨୭ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
  • ମଲ୍ଟି ଟାସ୍କିଂ ଷ୍ଟାଫ ପଦବୀ ପାଇଁ ସର୍ବାଧିକ ବୟସସୀମା ୨୫ ବର୍ଷ
  • ପାର୍ଥୀମାନେ ଅତିକମରେ ମାଟ୍ରିକ ପାସ କରିଥିବା ଆବଶ୍ୟକ

ଚୟନ ପ୍ରକ୍ରିୟା

  • ଏହି ପଦବୀ ପାଇଁ ପ୍ରଥମେ ‘ପ୍ରିଲିମିନାରି ପରୀକ୍ଷା’ କରାଯିବ
  • ଏଥିରେ ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ନେଇ ସ୍କିଲ ଟେଷ୍ଟ ଓ ଇଣ୍ଟରଭ୍ୟୁ କରାଯିବ
  • କେବଳ ସୁରକ୍ଷା ସହାୟକ (ଡ୍ରାଇଭର) ପଦବୀ ପାଇଁ ପାର୍ଥୀମାନଙ୍କ ଡ୍ରାଇଭିଂ ଟେଷ୍ଟ ହେବ
  • ପ୍ରିଲିମିନାରି ପରୀକ୍ଷା, ସ୍କିଲ ଟେଷ୍ଟ ଓ ଇଣ୍ଟରଭ୍ୟୁର ନମ୍ବରକୁ ନେଇ ପ୍ରାର୍ଥୀଙ୍କୁ ନମ୍ବର ଦିଆଯିବ
  • ଶେଷରେ ଏଥିରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ

କେମିତି କରିବେ ଆବେଦନ

  • କେନ୍ଦ୍ର ଗୃହ ମନ୍ତ୍ରାଳୟ ୱେବସାଇଟ mha.gov.in କୁ ଯାଆନ୍ତୁ
  • ୱେବସାଇଟ ଭିତରେ କ୍ୟାରିୟର ଅପ୍ସନକୁ କ୍ଲିକ୍ କରନ୍ତୁ
  • ଏହାପରେ ‘ନ୍ୟୁ ୟୁଜର ଆଣ୍ଡ ରେଜିଷ୍ଟର’କୁ ଯାଆନ୍ତୁ
  • ସେଠାରେ ନିଜ ନାମ ପଞ୍ଜୀକରଣ କରନ୍ତୁ
  • ଏହାପରେ ଲଗ ଇନ କରି ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ
  • ଫର୍ମ ପୂରଣ କରିବାବେଳେ ନିଜର ନିକଟସ୍ଥ ପରୀକ୍ଷା କେନ୍ଦ୍ରକୁ ବାଛନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଇଣ୍ଟେଲିଜେନ୍ସ ବ୍ୟୁରୋରେ ଏହିସବୁ ପଦବୀ ପାଇଁ ପରୀକ୍ଷା କେବେ ହେବ ସେ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଆଗକୁ ସୂଚନା ଦିଆଯିବ। ଏହି ପରୀକ୍ଷା ଓ ପଦବୀ ସମ୍ବନ୍ଧୀୟ ଅଧିକ ସୂଚନା ଗୃହ ମନ୍ତ୍ରାଳୟର ୱେବସାଇଟରେ ଉପଲବ୍ଧ।

Tags: #IntelligenceBureau #Employment #Careers #MinistryofHomeAffairs #India

Comment