ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି କ୍ରିକେଟ ବିଶ୍ଵକପରେ ଶନିବାର ଖେଳାଯାଉଛି ଦୁଇଟି ମୁକାବିଲା। ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଟକ୍କର ନେଉଥିବାବେଳେ ଦ୍ଵିତୀୟ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ବାଂଲାଦେଶ ଓ ନେଦରଲାଣ୍ଡସ୍।

ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚଟି ହିମାଚଳ ପ୍ରଦେଶର ଧର୍ମଶାଳାରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୩୮୮ ରନର ବିଶାଳ ସ୍କୋର କରିଛି। ଦଳ ପକ୍ଷରୁ ଟ୍ରାଭରିସ ହେଡ ସର୍ବାଧିକ ୧୦୯ ରନ କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ଓ ଗ୍ଲେନ ଫିଲିପ୍ସ ୩ଟି ଲେଖାଏଁ ୱିକେଟ ନେଇଥିଲେ।

ଏବେ ୩୮୯ ରନ ଲକ୍ଷ୍ୟ ନେଇ ଦ୍ଵିତୀୟ ଇନିଂସରେ ନ୍ୟୁଜିଲାଣ୍ଡ ବ୍ୟାଟିଂ ଜାରି ରଖିଛି। ୪୧ ଓଭର ଖେଳ ଶେଷ ସୁଦ୍ଧା ଦଳ ୬ଟି ୱିକେଟ ହରାଇ ୨୯୬ରନ ସଂଗ୍ରହ କରିଛି।

ସେହିପରି ବାଂଲାଦେଶ ଓ ନେଦରଲାଣ୍ଡସ୍ ମ୍ୟାଚଟି କୋଲକାତାର ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯାଉଛି। ଏଥିରେ ଟସ୍ ଜିତି ନେଦରଲାଣ୍ଡସ୍ ପ୍ରଥମେ ବ୍ୟାଟିଂ କରିଥିଲା। ମ୍ୟାଚରେ ବାଂଲାଦେଶ ପକ୍ଷରୁ ଭଲ ବୋଲିଂ ଦେଖିବାକୁ ମିଳିଛି।

ନେଦରଲାଣ୍ଡସ୍ ପ୍ରଥମ ଇନିଂସରେ ୧୦ ୱିକେଟ ହରାଇ ୨୨୯ ରନ କରିବାରେ ସକ୍ଷମ ହୋଇଛି। ଏବେ ବାଂଲାଦେଶ ଆଗରେ ମ୍ୟାଚ ଜିତିବାକୁ ୨୩୦ ରନର ଲକ୍ଷ୍ୟ ରହିଛି।

Tags: #ICCCricketWorldCup #AustraliavsNewZealand #BangladeshvsNetherlands #Cricket #Sports

Comment