ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି କ୍ରିକେଟ ବିଶ୍ଵକପରେ ମଙ୍ଗଳବାର ଜାରି ରହିଛି ପାକିସ୍ତାନ ଓ ବାଂଲାଦେଶ ମୁକବିଲା। ଏଥିରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ ୨୦୪ ରନରେ ଅଲଆଉଟ ହୋଇଯାଇଛି। ମ୍ୟାଚରେ ପାକିସ୍ତାନ ପକ୍ଷରୁ ଘାତକ ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିଛି। ଏବେ ଦଳ ଦ୍ଵିତୀୟ ଇନିଂସରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି।   

ମ୍ୟାଚ ଆରମ୍ଭରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ପକ୍ଷରୁ ତନଜିଦ ହସନ ଓ ଲିଟନ ଦାସଙ୍କ ଯୋଡ଼ି ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ। ପାକିସ୍ତାନୀ ବୋଲରମାନେ ଆରମ୍ଭରୁ ସେମାନଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଥିଲେ। ପ୍ରଥମ ଓଭରରେ ହିଁ ବିନା କୌଣସି ରନରେ ବାଂଲାଦେଶର ପ୍ରଥମ ୱିକେଟ ପଡ଼ିଥିଲା।

ଏହାପରେ ପାକିସ୍ତାନ ନିୟମିତ ଅନ୍ତରାଳରେ ବାଂଲାଦେଶର ୱିକେଟ ନେବାରେ ଲାଗିଲେ। ଦଳ ୨୩ ରନରେ ୩ଟି ହରାଇଥିଲା। ଏହାପରେ ବାଂଲାଦେଶୀ ବ୍ୟାଟ୍ସମ୍ୟାନେ ଛୋଟ ଛୋଟ ପାର୍ଟନରସିପ କରି ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ।

ଶେଷରେ ୪୫.୧ ଓଭରରେ ବାଂଲାଦେଶ ୨୦୪ ରନରେ ଅଲଆଉଟ ହୋଇଥିଲା। ପାକିସ୍ତାନ ପକ୍ଷରୁ ଶାହିନ ଆଫ୍ରିଦୀ ଓ ମହମ୍ମଦ ୱାସିମ ଜୁନିୟର ୩ଟି ଲେଖାଏଁ ୱିକେଟ ନେଇଥିଲେ। ଏବେ ପାକିସ୍ତାନର ବ୍ୟାଟ୍ସମ୍ୟାନମାନେ ଦ୍ଵିତୀୟ ଇନିଂସରେ ୨୦୫ର ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଛନ୍ତି।

ଏହି ବିଶ୍ଵକପରେ ପାକିସ୍ତାନ ଓ ବାଂଲାଦେଶ ୬ଟି ଲେଖାଏଁ ମ୍ୟାଚ ଖେଳିଛନ୍ତି। ସେଥିରୁ ପାକିସ୍ତାନ ୨ଟି ମ୍ୟାଚ ଜିତିଥିବାବେଳେ ବାଂଲାଦେଶ ଗୋଟିଏ ମ୍ୟାଚ ଜିତିଛି। ତେବେ ପାକିସ୍ତାନ ଆଜିର ମୁକବିଲା ଜିତି ବିଶ୍ଵକପ ସେମିଫଇନାଲ୍ ଆଶା ଉଜ୍ଜୀବିତ ରଖିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଛି। 

Tags: #ICCCricketWorldCup #PakistanvsBangladesh #Cricket #Sports

Comment