ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ ପଞ୍ଜିକରଣ ପ୍ରକ୍ରିୟା ନଭେମ୍ବର ୨୦ ତାରିଖରେ ଶେଷ ହେବ।

ରାଜ୍ୟରେ ଥିବା ୩୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ୫ଟି ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ଦେବା ଲାଗି ଛାତ୍ରଛତ୍ରୀ www.oav.edu.in ରେ ନାମ ପଞ୍ଜିକରଣ କରିପାରିବେ।

ମୋଟ ସିଟ୍ ମଧ୍ୟରୁ ୫୦ ପ୍ରତିଶତ ସିଟ୍ ଛାତ୍ରୀମାନଙ୍କ ଲାଗି ସଂରକ୍ଷିତ ରହିଛି। ରାଜ୍ୟରେ ୧୧୭ଟି ଆଦର୍ଶ ବିଦ୍ୟାଳୟରେ ଛାତ୍ରୀ ନିବାସ କାର୍ଯ୍ୟକ୍ଷମ ହେଉଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Tags: #AdarshaVidyalaya #OnlineRegistration #EntranceExam #Admission #Education #Odisha

Comment