ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ସ୍ୱାକ୍ଷରିତ ହେଲା ବୁଝାମଣାପତ୍ର। ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ ସହ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିଛନ୍ତି ରାଜ୍ୟ ସରକାର। ସୋମବାର ଦିନ ଭଚୁଆଲ ମାଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ବୁଝାମଣତ୍ର ସ୍ୱାକ୍ଷରିତ ହୋଇଛି।
ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ମୋଟ ୬,୨୫୫ କୋଟି ଟଙ୍କା ବ୍ୟୟ କରିବେ ରାଜ୍ୟ ସରକାର। ଚାରିବର୍ଷ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।
ଏହା ପୂର୍ବରୁ ଆସନ୍ତା ୨୦୨୪ରୁ ଭୁବନେଶ୍ୱର-କଟକ ମେଟ୍ରୋ ରେଳ କାମ ଆରମ୍ଭ ହେବା ନେଇ ସୂଚନା ଦିଆଯାଇଥିଲା। ଗତ ୨୦୨୩ ଏପ୍ରିଲ ପହିଲା ଉତ୍କଳ ଦିବସ ଅବସରରେ ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପ୍ରକଳ୍ପ ସମ୍ପର୍କରେ ଘୋଷଣା କରିଥିଲେ ରାଜ୍ୟ ସରକାର। ଆସନ୍ତା ୨୦୨୪ ଜାନୁଆରି ପହିଲାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ କରାଯିବ। ଏହା ମଧ୍ୟରେ ରହିବ ରାଜମହଲ ଛକ, ମାଷ୍ଟର କ୍ୟାଣ୍ଟିନ, ବାଣୀବିହାର, ଜୟଦେବ ବିହାର ଏବଂ ଚନ୍ଦ୍ରଶେଖରପୁର। ପରେ ଏହାକୁ କଟକ ଟାଉନ, ଖୋର୍ଦ୍ଧା ଏବଂ ପୁରୀକୁ ସଂପ୍ରସାରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।
Tags: #BhubaneswarMetroRailProject #MOUSigned #OdishaGovt #CMNaveenPatnaik #DelhiMetroRailCorportion #MetroRail