ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଆଇପିଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ ଦେଖିବାକୁ ମିଳିଛି। ଆଇପିଏସ୍ ଅଧିକାରୀ ବି. ରାଧିକାଙ୍କୁ ମିଳିଛି ନୂଆ ଦାୟିତ୍ଵ। ସେ ଏବେ ରାଜ୍ୟ ପୋଲିସ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷା ହୋଇଛନ୍ତି। ଏହାସହ ତାଙ୍କୁ ଭୁବନେଶ୍ୱର ସ୍ଥିତ ରାଜ୍ୟ ଫରେନସିକ ସାଇନ୍ସ ଲାବୋରେଟୋରିର(ଏସଏଫଏସଏଲ୍) ନିର୍ଦେଶକ ଭାବେ ଅତିରିକ୍ତ ଦାୟିତ୍ଵ ମିଳିଛି।

ସେହିପରି ଆଇପିଏସ୍ ଏସ ସାଇନିଙ୍କୁ ରାଜ୍ୟ ମହିଳା ଓ ଶିଶୁ ଅପରାଧ ନିୟନ୍ତ୍ରଣ ଶାଖାର (ସିଏଡବ୍ଲୁ ଆଣ୍ଡ ସିଡବ୍ଲୁ) ଆଇଜି ଭାବେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। ସେ ବର୍ତ୍ତମାନ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମିରେ ଆଇଜି (ଟ୍ରେନିଂ) ଭାବେ କାର୍ଯ୍ୟରତ ଅଛନ୍ତି।

ଏହାସହ ଆଇପିଏସ୍ ଆଶିଷ କୁମାର ସିଂହଙ୍କୁ ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଓ କଲ୍ୟାଣ ନିଗମର (ଓପିଏଚଡବ୍ଲୁସି) ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ଏହାପୂର୍ବରୁ ସେ କେନ୍ଦ୍ରାଞ୍ଚଳ ପୋଲିସ ଆଇଜି ସହ ରାଜ୍ୟ ଫରେନସିକ ସାଇନ୍ସ ଲାବୋରେଟୋରିର ନିର୍ଦେଶକ ଭାବେ ଦାୟିତ୍ଵ ବହନ କରୁଥିଲେ।   

ବି. ରାଧିକା ହେଉଛନ୍ତି ୧୯୯୮ ବ୍ୟାଚର ଆଇପିଏସ୍ ଅଧିକାରୀ। ସେ ଏବେ କେନ୍ଦ୍ର ଡେପୁଟେସନରୁ ଓଡ଼ିଶା ଫେରିଛନ୍ତି। ସେହିପରି ଏସ ସାଇନି ୨୦୦୧ ବ୍ୟାଚର ଏବଂ ଆଶିଷ କୁମାର ସିଂହ ୨୦୦୪ ବ୍ୟାଚର ଆଇପିଏସ୍ ଅଧିକାରୀ ଅଟନ୍ତି।

Tags: #IPSReshuffle #IPSOfficers #PoliceService #OdishaPolice #HomeDept #GovtofOdisha

Comment