ଓଡ଼ିଶାଲାଇଭ୍ ବ୍ୟୁରୋ

ଖୋର୍ଦ୍ଧା ଓ ବ୍ରହ୍ମପୁରରେ ନୂଆ ଏସପିଙ୍କୁ ନିଯୁକ୍ତ କରାଯାଇଛି। ଅବିନାଶ କୁମାର ଖୋର୍ଦ୍ଧାର ଏସପି ହୋଇଥିବାବେଳେ ଡକ୍ଟର ସାର୍ଥକ ଷଡ଼ଙ୍ଗୀଙ୍କୁ ବ୍ରହ୍ମପୁରର ଏସପି ଭାବେ ଦାୟିତ୍ଵ ଦିଆଯାଇଛି। ଏନେଇ ଭାରତୀୟ ନିର୍ବାଚନ ଆୟୋଗ ଅନୁମୋଦନ କରିଛନ୍ତି।

ଉଭୟ ଅବିନାଶ କୁମାର ଓ ଡକ୍ଟର ସାର୍ଥକ ଷଡ଼ଙ୍ଗୀ ୨୦୦୭ ବ୍ୟାଚର ଆଇପିଏସ୍ ଅଧିକାରୀ। ଚଳିତ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସେମାନେ ଏହି ଦାୟିତ୍ଵରେ ରହିବେ।          

କିଛିଦିନ ପୂର୍ବେ ଓଡ଼ିଶାର ଜଣେ ଆଇଜି, ୨ ଜଣ ଜିଲ୍ଲାପାଳ ଓ ୫ ଜଣ ଏସପିଙ୍କୁ ନିର୍ବାଚନ ଦାୟିତ୍ୱରୁ ତୁରନ୍ତ ହଟେଇବା ଲାଗି ନିର୍ଦ୍ଦେଶ ଦେଇଥିଲେ ଭାରତୀୟ ନିର୍ବାଚନ ଆୟୋଗ। ନିର୍ବାଚନ କାର୍ଯ୍ୟକ୍ରମରେ ପକ୍ଷପାତିତା କରୁଥିବା ଅଭିଯୋଗରେ ଆୟୋଗ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।

ଏଥିରେ ବ୍ରହ୍ମପୁରର ଏସପି ଶ୍ରବଣ ବିବେକ ଏମ, ଖୋର୍ଦ୍ଧାର ଏସପି ଜୁଗୋଳ କିଶୋର ବନୋଥଙ୍କୁ ପଦରୁ ହଟାଯାଇଥିଲା। ତାଙ୍କ ସ୍ଥାନରେ ନୂଆ ଏସପିଙ୍କୁ ଦାୟିତ୍ଵ ଦେବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଥିଲେ।

Tags: #IPSOfficers #Police #ElectionCommissionofIndia #Odisha

LEAVE A REPLY

Please enter your comment!
Please enter your name here