ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମିଳିବ ଭାରତରତ୍ନ ସମ୍ମାନ। ମରଣୋତ୍ତର ଭାବେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଏ ନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ଜାରି କରାଯାଇଛି।

ଜାନୁଆରି ୨୪ ତାରିଖ, ବୁଧବାର ଦିନ କର୍ପୂରୀ ଠାକୁରଙ୍କ ୧୦୦ତମ ଜନ୍ମ ଜୟନ୍ତୀ ପାଳନ ପୂର୍ବରୁ ତାଙ୍କୁ ଭାରତରତ୍ନ ସମ୍ମାନ ପ୍ରଦାନ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ପୂର୍ବରୁ ଜେଡିୟୁ ପକ୍ଷରୁ କର୍ପୂରୀ ଠାକୁରଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରିବାକୁ ଦାବି ହୋଇଆସୁଥିଲା।

ଏହି ଘୋଷଣା ପରେ କପୂରୀ ଠାକୁରଙ୍କ ପୁଅ ସୋମନାଥ ଠାକୁର ଖୁସି ବ୍ୟକ୍ତ କରିବା ସହ କହିଛନ୍ତି, “୩୬ ବର୍ଷର ତପସ୍ୟାର ଫଳ ମିଳିଲା”। ଏଥିପାଇଁ ସେ ନିଜ ପରିବାର ଏବଂ ବିହାରର ଜନତାଙ୍କ ତରଫରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି।

କର୍ପୂରୀ ଠାକୁର ଜଣେ ଜନନାୟକ ଭାବେ ପରିଷ୍ଠା ଲାଭ କରିଥିଲେ। ପଛୁଆ ବର୍ଗର ଲୋକଙ୍କ ଉନ୍ନତି ଲାଗି ସେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। କର୍ପୂରୀ ଠାକୁର ୧୯୭୦ରୁ ୧୯୭୧ ମସିହା ଏବଂ ୧୯୭୭ରୁ ୧୯୭୯ ମସିହା ପର୍ଯ୍ୟନ୍ତ ବିହାରର ମୁଖ୍ୟମନ୍ତ୍ରୀ ଥିଲେ।

Tags: #KarpooriThakur #FormerCMofBiharKarpooriThakur #BharatRatnaSamman #Politics #IndianPolitics

Comment