ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ରେଳବାଇ ପକ୍ଷରୁ ଅନେକ ଆସିଷ୍ଟାଣ୍ଟ ଲୋକୋ ପାଇଲଟ (ଏଏଲପି) ପଦବୀ ପାଇଁ ନିଯୁକ୍ତି ସୁଯୋଗ ରହିଛି। ରେଳବାଇର ବିଭିନ୍ନ ଜୋନରେ ଆରଆରବି ଅଧୀନରେ ୫,୬୯୬ଟି ଏଏଲପି ପଦବୀ ପୂରଣ ହେବ।  

ଏହିସବୁ ପଦବୀରେ ନିଯୁକ୍ତି ପାଇଁ ଏବେ ଅନଲାଇନ ଆବେଦନ ଜାରି ରହିଛି। ଫେବ୍ରୁଆରି ୧୯ ଆବେଦନର ଶେଷ ତାରିଖ। 

ଆପଣମାନେ ରେଳବାଇରେ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ଭାବେ ଚାକିରି କରିବା ପାଇଁ ଆବେଦନ କରିବାକୁ ଚାହୁଁଥିଲେ, ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ ସଂଖ୍ୟା

  • ଆସିଷ୍ଟାଣ୍ଟ ଲୋକୋ ପାଇଲଟ (ଏଏଲପି) – ୫,୬୯୬

ଯୋଗ୍ୟତା

  • ପ୍ରାର୍ଥୀମାନଙ୍କ ବୟସ ୧୮ରୁ ୩୦ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
  • ପ୍ରାର୍ଥୀମାନେ ଅତିକମରେ ମାଟ୍ରିକ ପାସ କରିଥିବା ଆବଶ୍ୟକ
  • ଯେକୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ପ୍ରାସଙ୍ଗିକ ବିଷୟରେ ଡିପ୍ଲୋମା କରିଥିବା ଆବଶ୍ୟକ 

ଚୟନ ପ୍ରକ୍ରିୟା

ଏହି ନିଯୁକ୍ତି ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କର ପ୍ରଥମେ ପ୍ରିଲିମିନାରୀ ପରୀକ୍ଷା କରାଯିବ। ଏଥିରେ ଉତ୍ତୀର୍ଣ୍ଣ ହୋଇଥିବ ପ୍ରାର୍ଥୀଙ୍କ ମେଡିକାଲ ଓ ଶାରୀରିକ ପରୀକ୍ଷା କରାଯିବ। ଏହାପରେ ପ୍ରାର୍ଥୀମାନଙ୍କ ସାର୍ଟିଫିକେଟ ଯାଞ୍ଚ କରାଯାଇ ସେମାନଙ୍କୁ ନିଯୁକ୍ତି ଦିଆଯିବ।

 କେମିତି କରିବେ ଆବେଦନ

  • ଭାରତୀୟ ରେଳବାଇର ୱେବସାଇଟ୍ www.indianrailways.gov.inକୁ ଯାଆନ୍ତୁ
  • ୱେବସାଇଟ୍ ଭିତରେ ‘ଏଏଲପି ରେଜିଷ୍ଟ୍ରେସନ ଅପ୍ସନକୁ କ୍ଲିକ କରନ୍ତୁ
  • ରେଜିଷ୍ଟ୍ରେସନ ପରେ ସେଠାରେ ଲଗ ଇନ କରନ୍ତୁ
  • ଆପ୍ଲାଏ ଅନଲାଇନ ଅପ୍ସନକୁ କ୍ଲିକ କରନ୍ତୁ
  • ଏହାପରେ ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ରେଲୱେର ଏହି ଆସିଷ୍ଟାଣ୍ଟ ଲୋକୋ ପାଇଲଟନିଯୁକ୍ତି ଆବେଦନ ନିମନ୍ତେ ଅଣସରଂକ୍ଷିତ ବର୍ଗ, ଓବିସି ବର୍ଗର ପ୍ରାର୍ଥୀଙ୍କ ପାଇଁ ୫୦୦ ଟଙ୍କା ଆବେଦନ ଶୁଳ୍କ ଧାର୍ଯ୍ୟ କରାଯାଇଛି। ସେହିପରି ମହିଳା, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୨୫୦ ଟଙ୍କା ରହିଛି।

ଏହି ନିଯୁକ୍ତି ପାଇଁ କେବେ ପରୀକ୍ଷା କରାଯିବ, ସେ ନେଇ ଭାରତୀୟ ରେଳବାଇ ପକ୍ଷରୁ ଆଗକୁ ସୂଚନା ଦିଆଯିବ। ପଦବୀ ଓ ପରୀକ୍ଷାର ଅଧିକ ସୂଚନା ରେଳବାଇ ୱେବସାଇଟରେ ଉପଲବ୍ଧ।

Tags: #IndianRailways #AssistantLocopilot #ALPRecruitment #Employment #Careers #India

Comment