ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେରିକାରେ ୯୬ତମ ଓସ୍କାର ଆୱାର୍ଡ ସମାରୋହ ଅନୁଷ୍ଠିତ ହୋଇଛି। ଏଥିରେ ହଲିଉଡ୍ ଫିଲ୍ମ ‘ଓପେନହାଇମର’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହାସହ ଉକ୍ତ ଫିଲ୍ମର ଅଭିନେତା ସିଲିଆନ୍ ମରଫି ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି। ସେହିପରି ‘ପୁଅର ଥିଙ୍ଗ୍’ ଚଳଚ୍ଚିତ୍ରରେ ଉତ୍ତମ ଅଭିନୟ ପାଇଁ ଏମା ଷ୍ଟୋନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଓସ୍କାର ଆୱାର୍ଡରେ ସମ୍ମାନିତ କରାଯାଇଛି।

୨୦୨୪ର ଓସ୍କାର ଆୱାର୍ଡ ସମାରୋହରେ ‘ଓପେନହାଇମର’ ଚଳଚ୍ଚିତ୍ର ସର୍ବାଧିକ ପୁରସ୍କାର ଜିତିଥିବା ଫିଲ୍ମ ପାଲଟିଛି। ଚଳଚ୍ଚିତ୍ରଟି ୧୩ଟି ବର୍ଗରେ ମନୋନୀତ ହୋଇଥିବାବେଳେ ସେଥିରୁ ଏହା ୭ଟି ବର୍ଗରେ ପୁରସ୍କାର ହାତେଇଛି।

‘ଓପେନହାଇମର’ ଫିଲ୍ମ ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ଅଭିନେତା ସହ ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ସହ ଅଭିନେତା, ଶ୍ରେଷ୍ଠ ସିନେମାଟୋଗ୍ରାଫି, ଶ୍ରେଷ୍ଠ ଏଡିଟିଂ ଭଳି ବର୍ଗରେ ପୁରସ୍କାର ଜିତିଛି।

ତେବେ ଓସ୍କାର ଆୱାର୍ଡ ଜିତିଥିବା ଅନ୍ୟମାନେ ହେଲେ

  • ଶ୍ରେଷ୍ଠ ସହ ଅଭିନେତା – ରୋବର୍ଟ ଡାଉନି ଜୁନିୟର (ଫିଲ୍ମ – ଓପେନହାଇମର)
  • ଶ୍ରେଷ୍ଠ  ସହ ଅଭିନେତ୍ରୀ – ଦା‘ ଭିନେ ଜାୟ ରାନଡଲଫ (ଫିଲ୍ମ – ଦ ହୋଲ୍ଡଭରସ୍)
  • ଶ୍ରେଷ୍ଠ ନିର୍ଦ୍ଦେଶକ – କ୍ରିଷ୍ଟୋଫର ନାଲୋନ୍ (ଫିଲ୍ମ – ଓପେନହାଇମର)
  • ଶ୍ରେଷ୍ଠ ସିନେମାଟୋଗ୍ରାଫି – ହୋଟେ ଭାନ ହୋଟେମା (ଫିଲ୍ମ – ଓପେନହାଇମର)
  • ଶ୍ରେଷ୍ଠ ଏଡିଟିଂ – ଜେନିଫର ଲେମ (ଫିଲ୍ମ – ଓପେନହାଇମର)
  • ଶ୍ରେଷ୍ଠ ପ୍ରଡକ୍ସନ ଡିଜାଇନ – ଜେମ୍ସ ପ୍ରାଇସ, ସୋନା ହିଥ, ସୁଜା ମିହେକ୍ (ଫିଲ୍ମ-ପୁଅର ଥିଙ୍ଗ୍)
  • ଶ୍ରେଷ୍ଠ ସଙ୍ଗୀତ – ହ୍ୱାଟ୍ ୱାଜ୍ ଆଇ ମେଡ୍ ଫର୍ (ବିଲି ଏଲିସ) (ଫିଲ୍ମ – ବାର୍ବି)
  • ଶ୍ରେଷ୍ଠ ଭିଜୁଆଲ ଇଫେକ୍ଟସ – ଗଡଜିଲା ମାଇନସ ୱାନ  
  • ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର ଫିଲ୍ମ – ଦି ଜୋନ ଅଫ୍ ଇଣ୍ଟରେଷ୍ଟ (ଇଂଲଣ୍ଡ)
  • ଶ୍ରେଷ୍ଠ ଅରିଜିନାଲ୍‌ ସ୍କ୍ରିନ୍‌ପ୍ଲେ – ଆନାଟୋମି ଅଫ୍‌ ଏ ଫେଲ୍
  • ଶ୍ରେଷ୍ଠ ଆଡପଟେଡ୍ ସ୍କ୍ରିନ୍‌ପ୍ଲେ – ଆମେରିକାନ ଫିକ୍ସନ
  • ଶ୍ରେଷ୍ଠ ଲାଇଭ୍‌ ଆକ୍ସନ୍‌ ସର୍ଟ ଫିଲ୍ମ – ଦି ୱାଣ୍ଡରଫୁଲ୍‌ ଷ୍ଟୋରି ଅଫ୍‌ ହେନେରି ସୁଗାର
  • ଶ୍ରେଷ୍ଠ ଡକ୍ୟୁମେଣ୍ଟାରି ସର୍ଟ ଫିଲ୍ମ – ଦି ଲାଷ୍ଟ ରିପାୟାର ସପ୍
  • ଶ୍ରେଷ୍ଠ ଡକ୍ୟୁମେଣ୍ଟାରି ଫିଚର ଫିଲ୍ମ – ଟ୍ୱେଣ୍ଟି ଡେଜ୍ ଇନ ମାରିଓପୋଲ
  • ଶ୍ରେଷ୍ଠ ଆନିମେଟେଡ୍‌ ଫିଚର୍‌ ଫିଲ୍ମ – ଦି ବୟ ଆଣ୍ଡ୍‌ ଦି ହେରୋନ୍‌

Tags: #Oscars2024 #96thAcademyAwards #Oppenheimer #Films #USA

Comment