ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ରାଞ୍ଚିରେ ଝାଡ଼ଖଣ୍ଡର ମନ୍ତ୍ରୀ ତଥା କଂଗ୍ରେସ ନେତା ଆଲାମଗିର ଆଲମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲଙ୍କ ଘର ସମେତ ଏକାଧିକ ସ୍ଥାନରେ ଚଢ଼ଉ କରିଛି। ଏଥିରେ ସଞ୍ଜୀବ ଲାଲଙ୍କ ସହାୟକଙ୍କ ଘରୁ ୨୫ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି। ଆହୁରି ଅଧିକ ଟଙ୍କା ଗଣିବା ପାଇଁ କ୍ୟାସ ମେସିନ୍ ଲଗାଯାଇଛି। ନିର୍ବାଚନରେ ଏହି ଟଙ୍କା ଖର୍ଚ୍ଚ କରିବାର ଯୋଜନା ରହିଥିବା ବୋଲି ଅନୁମାନ କରାଯାଉଛି।
ଝାଡ଼ଖଣ୍ଡ ଗ୍ରାମ୍ୟ ଉନ୍ନୟନ ବିଭାଗରେ କିଛି ଯୋଜନାରେ ଅର୍ଥ ହେରଫେର ମାମଲାକୁ ନେଇ ଇଡି ପକ୍ଷରୁ ଏହି ଚଢ଼ଉ କରାଯାଇଥିଲା। ଏଥିରେ ଏକକାଳୀନ ସଞ୍ଜୀବ ଲାଲଙ୍କ ୬ଟି ଠିକଣାରେ ଇଡି ଟିମ୍ ଚଢ଼ଉ କରିଥିଲା।
ତେବେ ଏହି ମାମଲାରେ ମନ୍ତ୍ରୀ ଆଲାମଗିର ଆଲମ ତାଙ୍କର କୌଣସି ସମ୍ପୃକ୍ତି ନଥିବା କହିଛନ୍ତି। ଇଡିର ଯାଞ୍ଚ ସରିଲେ ସବୁ ସତ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି।
ଆଲାମଗିର ଆଲମ ଝାରଖଣ୍ଡ ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀ ଅଛନ୍ତି। ଏହି ମାମଲାରେ ୨୦୨୩ ଫେବ୍ରୁଆରି ମାସରେ ବିଭାଗର ମୁଖ୍ୟ ଇଞ୍ଜିନିୟର ବିରେନ୍ଦ୍ର କୁମାର ରାମଙ୍କୁ ଗିରଫ କରାଯାଇଥିଲା।
Tags: #AlamgirAlam #JharkhandMinister #EDraid #Ranchi #Jharkhand