ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁ କଶ୍ମୀରର ରିୟାସି ଜିଲ୍ଲାରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ବୈଷ୍ଣୋଦେବୀ ଯାଉଥିବା ଏକ ତୀର୍ଥଯାତ୍ରୀ ବସ୍‌ ରବିବାର ରାତିରେ ଆତଙ୍କବାଦୀଙ୍କ ଆକ୍ରମଣରେ ପାହାଡ଼ ତଳକୁ ଖସି ପଡ଼ିଛି। ଏଥିରେ ୧୦ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୩ ଜଣ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଏକାଧିକ ଗୁରୁତର ଅଛନ୍ତି।

ତେବେ ତୀର୍ଥଯାତ୍ରୀମାନେ ଉକ୍ତ ବସରେ ରାନସୁର ପ୍ରସିଦ୍ଧ ଶୈବପୀଠ ଶିବଖୋରୀରୁ ଦର୍ଶନ ସାରି ଜମ୍ମୁର କଟ୍ରା ସହରକୁ ଯାଉଥିଲେ। ଯେଉଁଠି ସେମାନେ ବୈଷ୍ଣୋଦେବୀ ପୀଠକୁ ଯାଇଥାନ୍ତେ। ହେଲେ ରିୟାସି ଜିଲ୍ଲାର କାଣ୍ଡାଚାଣ୍ଡଠାରେ ବସ୍ ଉପରକୁ ଆତଙ୍କବାଦୀମାନେ ଅନ୍ଧାଧୁନ ଗୁଳି ଚଳାଇଥିଲେ। ଏଥିରେ ବସର ଡ୍ରାଇଭରଙ୍କୁ ଗୁଳି ବାଜିବା ପରେ ଏହା ଭାରସାମ୍ୟ ହରାଇ ପାହାଡ଼ ତଳକୁ ଖସି ପଡିଥିଲା।

ଏହାପରେ ସ୍ଥାନୀୟ ଲୋକ, ପୋଲିସ ଓ ସେନାର ଯବାନମାନେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ଏହାସହ ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇଥିଲା। ତେବେ ଆହତଙ୍କ ମଧ୍ୟରୁ ଅନେକ ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି।

ତେବେ ଜମ୍ମୁ କଶ୍ମୀରର ଟିଆରଏଫ ନାମକ ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ କରିଥିବା ସ୍ଵୀକାର କରିଛି। ଏହି ଆକ୍ରମଣ ଘଟାଇଥିବା ଆତଙ୍କବାଦୀଙ୍କୁ ଠାବ କରିବା ପାଇଁ ପୋଲିସ, ସିଆରପିଏଫ ଓ ଭାରତୀୟ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି।

Tags: #TerroristAttack #PilgrimBus #ReasiDistrict #JammuKashmir #India

LEAVE A REPLY

Please enter your comment!
Please enter your name here