ଓଡ଼ିଶାଲାଇଭ୍ ବ୍ୟୁରୋ

ଆୟରଲାଣ୍ଡର ରାଜଧାନୀ ଡବଲିନରେ ଆଇରିସ୍ ଓଡ଼ିଆ ଆସୋସିଏସନ୍ ପକ୍ଷରୁ ରଜ ଉତ୍ସବ ପାଳନ କରାଯାଇଛି। ରବିବାର ଆସୋସିଏସନର ସଦସ୍ୟମାନେ ଡବଲିନର ସେଣ୍ଟ କ୍ୟାଥେରିନ ପାର୍କରେ ଏକତ୍ରିତ ହୋଇ ରଜ ପାଳନ କରିଛନ୍ତି। ଏହାକୁ ନେଇ ଅନେକ ଲୋକଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଥିଲା। ସ୍ଥାନୀୟ କାଉନସିଲର କ୍ୟାରୋଲିନ୍ ବ୍ରାଡି ଏଠାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ରଜ ପାଳନ ଅବସରରେ ଓଡ଼ିଆ ଆସୋସିଏସନର ସଦସ୍ୟମାନେ ବିଭିନ୍ନ ପ୍ରକାର କ୍ରୀଡ଼ାର ଆୟୋଜନ କରିଥିଲେ। କ୍ରିକେଟ, କବାଡ଼ି, ଚେସ ଓ ଟଗ୍ ୱାର ଭଳି ବିଭିନ୍ନ ଖେଳରେ ସଦସ୍ୟମାନେ ମସଗୁଲ୍ ରହିଥିଲେ। ଏଠାରେ ମହିଳାମାନେ ପୁଚି ଖେଳି ଆନନ୍ଦିତ ହୋଇଥିଲେ।

ଏହାସହ ସଦସ୍ୟମାନେ ଘର ପ୍ରସ୍ତୁତ ରଜ ପିଠା, ଦହିବରା ଓ ଅନ୍ୟ ସୁସ୍ଵାଦୁ ଖାଦ୍ୟର ମଜା ନେଇଥିଲେ। ସମସ୍ତ ଏଠାରେ ରଜ ପାନ ମଧ୍ୟ ଖାଇଥିଲେ।
Tags: #RajaCelebration #IrishOdiaAssociation #OdiaPeople #Dublin #Ireland


















